ଭୁବନେଶ୍ବର,୦୩/୦୧:  ଦରଦାମ୍ ବୃଦ୍ଧିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେଡ଼ି । ଆସନ୍ତା ୬ ତାରିଖରେ ଲୋୟର ପିଏମ୍‌ଜିରେ  କରିବ ଆନ୍ଦୋଳନ । ଏନେଇ ପ୍ରେସମିଟ୍ କରି ବିଜେଡ଼ିର ବରିଷ୍ଠ ନେତୃତ୍ବ ସୂଚନା ଦେଇଛନ୍ତି । ଏନେଇ ବିଜେଡ଼ି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଦରଦାମ୍ ସମସ୍ତଙ୍କୁ ଅତିଷ୍ଠ କଲାଣି । ଗାଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି । ଗରିବ ଶ୍ରେଣୀ କଥା ଆହୁରି ଶୋଚନୀୟ । ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟ୍‌ରେ ଖସିଥିଲେ ସୁଦ୍ଧା ଦରଦାମ୍ କିନ୍ତୁ କମୁନି । ଏନେଇ ବିଜେଡ଼ି ଆସନ୍ତା ୬ ତାରିଖରେ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ କରିବ ବୋଲି ବିଜେଡ଼ି କହିଛି । ସେହିପରି  ବରିଷ୍ଠ ବିଜେଡ଼ି ନେତା  ପ୍ରତାପ ଜେନା କହିଛନ୍ତି , ନବୀନ ବାବୁଙ୍କ ସମୟରେ ଏଭଳି ସ୍ଥିତି ଉପୁଜି ନଥିଲା।  ଗ୍ୟାସ୍,  ପେଟ୍ରୋଲ, ଡିଜେଲ, ଡାଲି,  ତେଲ,  ଅଣ୍ଡା ଓ ପନିପରିବା ଦର ଅହେତୁକ ଭାବେ ବଢିଛି।  ଦରଦାମ ନିୟନ୍ତ୍ରଣ ଦାବିରେ ଆସନ୍ତା 6 ତାରିଖରେ ସକାଳ ସାଢ଼େ ୧୦ରୁ ୧୧ ଭିତରେ ଲୋୟର ପିଏମଜି ରେ ବିକ୍ଷୋଭ କରାଯିବ। 

 ବରିଷ୍ଠ ବିଜେଡ଼ି ନେତା  ସଞ୍ଜୟ ଦାସ ବର୍ମା କହିଛନ୍ତି, ଯେତେବେଳେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଓଡ଼ିଶାରେ ଆସିଲା ସେତେବେଳେ ଦରଦାମ ହୁ ହୁ  ହୋଇ ବଢି ଚାଲିଛି।  ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ବଢିଛି।  ଲୋକେ ହନ୍ତ ସନ୍ତ।  ଓଡିଶା ବାସୀ ଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମେ ଲଢେଇ ଜାରି ରଖିବୁ। ଆଳୁ, ପିଆଜ, ରସୁଣ,  ଡାଲି ଜାତୀୟ ସମାଗ୍ରୀ ଦର ଆକାଶ ଛୁଆଁ।  ଆମର ଦାବି ରହିବ ଦରଦାମ୍ ନିୟନ୍ତ୍ରଣ କରନ୍ତୁ।  ନଚେତ୍ ୬ ତାରିଖରେ ପରେ ଓଡିଶା ର ୩୦ ଜିଲ୍ଲାରେ ଆନ୍ଦୋଳନ ତୀବ୍ର ହେବ।  ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ  ପ୍ରମିଳା ମଲ୍ଲିକ କହିଛନ୍ତି  ରୋଷେଇ ଘରେ ମହଙ୍ଗା ମାଡ଼। ମହିଳା ଟିଏ ହନ୍ତ ସନ୍ତ ହେଉଛି। ଡବଲ ଇଞ୍ଜିନ୍ ସରକାର ଦରଦାମ ନିୟନ୍ତ୍ରଣ ରେ ବିଫଳ।  ଡବଲ ଇଞ୍ଜିନ୍ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାଁନ୍ତି।  ଯେଉଁଥିଲାଗି ଆମେ ଲୋକ ସେବା ଭବନ ଆଗରେ ବିକ୍ଷୋଭ କରିବୁ।  ତେବେ ୨୦୧୪ରେ ଯେତେବେଳେ nda ସରକାର ଆସିଲା ସେତେବେଳେ ଭଲ ଦିନ କଥା କହିଥିଲେ। ଆମ ସରକାର ଥିବା ସମୟରେ ବିଜେପି ଆନ୍ଦୋଳନ କରିଥିଲେ ରାଜ୍ୟ ଭାଟ୍ ହ୍ରାସ କରନ୍ତୁ।  ଏବେ ତାଙ୍କ ସରକାର ଆସିଛି ସେମାନେ ଏବେ ଭାଟ୍ ହ୍ରାସ କରନ୍ତୁ। ଦରଦାମ୍ ନିୟନ୍ତ୍ରଣ ନହେଲେ ଆନ୍ଦୋଳନ ଜୋରଦାର୍ ହେବ।  ଏହା ବିଜେଡ଼ି ର ସ୍ଵର ନୁହଁ ଲୋକଙ୍କ ସ୍ବର ନୁହେଁ ବୋଲି କହିଛନ୍ତି  ବ୍ୟୋମକେଶ ।