ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମାହାଙ୍ଗା ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲେ ବିଜେଡି କର୍ମୀ ଓ ବ୍ଲକ ଚେୟାରମ୍ୟାନ

Published By : Bijay Swain | March 7, 2025 7:26 PM

ମାହାଙ୍ଗା, ୭/୩(ଆପ୍ର):  ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କର କୁସପୁତ୍ତଳିକା ଦାହ କଲେ ବିଜେଡି କର୍ମୀ ଓ ଖୋଦ ବ୍ଲକ ଚେୟାରମ୍ୟାନ।  ଗତ ୪ ତାରିଖ ଦିନ ମାହାଙ୍ଗା ବ୍ଲକ୍ ଉମର ହନୁମାନ ଛକରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତି ଭଙ୍ଗା ଘଟଣାରେ ଅଭିଯୁକ୍ତମାନଙ୍କ ଫୋଟୋ ଉଭୟ ପ୍ରତାପ ଜେନା ଓ ଶାରଦାଙ୍କ ସହ ଥିବା ଏବେ ସୋସିଆଲ ମିଡିଆରେ ଘୁରି ବୁଲିବା ସହ ଉଭୟ ବିଜେଡି ଓ ଶାରଦାଙ୍କ ପକ୍ଷରୁ ଅଭିଯୁକ୍ତମାନଙ୍କ ଦଳୀୟ ସମ୍ପର୍କ ନେଇ କାଦୁଅ ଫିଙ୍ଗା ରାଜନୀତି ଚାଲିଛି। 

ମାହାଙ୍ଗା ବିଜେଡି କର୍ମୀ ଓ ଖୋଦ ବ୍ଲକ ଅଧ୍ୟକ୍ଷା ଆଜି କୁଆଁପାଳ ବ୍ଲକ ସମ୍ମୁଖରେ  ବିଧାୟକ ଶାରଦା ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଏଭଳି ହିନ ରାଜନୀତିରୁ ଦୂରରେ ରହି ମାହାଙ୍ଗାର ବିକାଶରେ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.