ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଦେଶର ଅନେକ ରାଜ୍ୟରେ ପ୍ରଦେଶ ଅଧ୍ୟକ୍ଷ ଏବଂ ରାଷ୍ଟ୍ରୀୟ ପରିଷଦର ସଦସ୍ୟଙ୍କ ନିର୍ବାଚନ ପାଇଁ ବିଜେପି ନର୍ବାଚନ ଅଧିକାରୀଙ୍କ ଜାରି କରିଛି। ଲୋକସଭା ନିର୍ବାଚନ ୨୦୨୪ ର ଫଳାଫଳ ପରେ ଏବଂ ଆଗାମୀ ରାଜ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ବିଜେପି ଏହି ନିଷ୍ପତ୍ତି ନେଇଛି । ତେବେ ଏହାରି ଭିତରେ ସଞ୍ଜୟ ଜୈସ୍ୱାଲଙ୍କୁ ଓଡିଶା ନିର୍ବାଚନ ଅଧିକାରୀ ଭାବେ ଚୟନ କରାଯାଇଛି ।

ତ୍ରିପୁରା ପାଇଁ ଜୁଏଲ ଓରାମ, ମଧ୍ୟପ୍ରଦେଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଣ୍ଡାମାନ ନିକୋବର ପାଇଁ ତମିଲିସାଇ ସୁନ୍ଦରରାଜନ, ଆନ୍ଧ୍ର ପ୍ରଦେଶ ପାଇଁ ପିସି ମୋହନ, ଅନୁଣାଚଳ ପ୍ରଦେଶ ପାଇଁ ସର୍ବାନନ୍ଦ ସୋନୱାଲ, ଆସାମ ପାଇଁ ଗଜେନ୍ଦ୍ର ସିଂ ଶେଖାୱତ, ଚଣ୍ଡିଗଡ଼ ପାଇଁ ସରଦାର ନରିନ୍ଦର ସିଂହ ରୈନା, ଛତିଶଗଡ଼ ପାଇଁ ବିନୋଦ ତାୱଡେ, ଦାଦରା ଓ ନଗର ହାଭେଲି ଡମନ ଏବଂ ଡିଉ ପାଇଁ ରାଧା ମୋହନ ଦାସ ଅଗ୍ରୱାଲ, ହରିୟାଣା ପାଇଁ ଅରୁଣ ସିଂହ, ହିମାଚଳ ପ୍ରଦେଶ ପାଇଁ ଜିତେନ୍ଦ୍ର ସିଂହ, ଜାମ୍ମୁ କାଶ୍ମୀର ପାଇଁ ସଞ୍ଜୟ ଭାଟ୍ଟିୟା, କେରଳ ପାଇଁ ପ୍ରହ୍ଲାଦ ଯୋଶୀ, ଲଦାଖ ପାଇଁ ଜୟରାମ ଠାକୁର, ଲାକ୍ଷାଦ୍ୱୀପ ପାଇଁ ପୋନ.ରାଧାକୃଷ୍ଣ, ମେଘାଳୟ ପାଇଁ ଜର୍ଜ କୁରିୟନଙ୍କୁ ନିର୍ବାଚନ ଅଧିକାରୀ କରିଛି ଦଳ।
ଉତ୍ତର ପ୍ରଦେଶ ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବିହାର ପାଇଁ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରିଛି ବିଜେପି। ସେହିପରି ସୁନୀଲ ବଂଶଲଙ୍କୁ ଗୋଆର ନିର୍ବାଚନ ଅଧିକାରୀ କରାଯାଇଛି। ଭୁପେନ୍ଦ୍ର ଯାଦବଙ୍କୁ ଗୁଜରାଟ, ଶିବରାଜ ସିଂ ଚୌହାନଙ୍କୁ କର୍ଣ୍ଣାଟକ ପାଇଁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦେଇଛି ଦଳ।
ସେହିପରି ମିଜୋରାମ ପାଇଁ ବାନତି ଶ୍ରୀନିଭାସନ, ନାଗାଲାଣ୍ଡ ପାଇଁ ଭି.ମୁରଲୀଧରନ, ପୁଡୁଚେରୀ ପାଇଁ ତରୁଣ ଚୁଘ, ରାଜସ୍ଥାନ ପାଇଁ ବିଜୟ ରୁପାଣୀ, ସିକ୍କିମ ପାଇଁ କିରଣ ରିଜିଜୁ, ତାମିଲନାଡୁ ପାଇଁ ଜି.କିଷନ ରେଡ୍ଡି ଏବଂ ତେଲଙ୍ଗାନା ପାଇଁ କୁମାରୀ ଶୋଭା କରନ୍ଦଲାଜେଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଛି ।