ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

‘ଦିଲ୍ଲୀରେ ବୁଲୁଛି ପଞ୍ଜାବର ହଜାର ହଜାର ଗାଡ଼ି’; ଏଭଳି ମନ୍ତବ୍ୟ ଦେଇ ଅଡ଼ୁଆରେ ପରବେଶ ବର୍ମା

Published By : Tapas Panda | January 23, 2025 5:21 PM

Image Courtesy: thestatesman

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରରେ ପଞ୍ଜାବର ଗାଡ଼ି ପ୍ରବେଶ କରୁଛି ବୋଲି ଦାବି କରିଥିଲେ ବିଜେପି ପ୍ରାର୍ଥୀ ପରବେଶ ବର୍ମା । ଏପରିକି ପଞ୍ଜାବରୁ ଆସୁଥିବା ଲୋକେ ସାଧରଣତନ୍ତ୍ର ଦିବସରେ ବିଶୃଙ୍ଖଳା କରିବାକୁ ଯୋଜନା କରୁଥିବା ନେଇ ସେ ଅଭିଯୋଗ କରିଥିଲେ । ଏହା ପରେ ପରବେଶ ବର୍ମାଙ୍କ ଅଡ଼ୁଆ ବଢ଼ିଛି । ଓକିଲ ଏବଂ ଏକାଧିକ ପଞ୍ଜାବୀଙ୍କ ପକ୍ଷରୁ ତାଙ୍କୁ ଆଇନଗତ ନୋଟିସ ପଠାଯାଇଛି । ପରବେଶ ବର୍ମା ନିଜର ଏହି ବିବାଦୀୟ ମନ୍ତବ୍ୟ ଲାଗି ସାର୍ବଜନୀନ ସ୍ଥାନରେ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି । 

ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୂଆଦିଲ୍ଲୀରୁ ବିଜେପିର ପ୍ରାର୍ଥୀ ପରବେଶ ବର୍ମା କହିଥିଲେ, ପଞ୍ଜାବରେ ପଞ୍ଜିକୃତ ହଜାର ହଜାର ଗାଡ଼ି ଦିଲ୍ଲୀରେ ପ୍ରବେଶ କରିଛି। ପଞ୍ଜାବରୁ ଲୋକେ ଏଠାକୁ ଆସିଛନ୍ତି । ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଆପ୍‌ ଏଭଳି କରୁଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଧାୟକମାନେ ନୂଆଦିଲ୍ଲୀ ବିଧାନସଭା କ୍ଷତ୍ରେକୁ ଆସୁଛନ୍ତି । ପଞ୍ଜାବ ଗାଡ଼ି ନମ୍ବର ଥିବା ହଜାର ହଜାର ଗାଡ଼ି ନୂଆଦିଲ୍ଲୀରେ ବୁଲୁଛି । ସାଧାରଣତନ୍ତ୍ର ଦିବସ ଲାଗି ପ୍ରସ୍ତୁତି ଚାଲିଛି, ପଞ୍ଜାବର ଲୋକମାନେ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରନ୍ତି । ଏହି ପ୍ରସଙ୍ଗକୁ ନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ପରବେଶ ବର୍ମା । 

ସେ ଆହୁରି ଦାବି କରିଥିଲେ ଯେ, ପଞ୍ଜାବର ସରକାରୀ ଚାକିରିଆ ଆପ୍‌ର କର୍ମୀ ବୋଲି ପରିଚୟ ଦେଇ ଦିଲ୍ଲୀରେ ରହୁଛନ୍ତି । ସେପଟେ ପରବେଶ ବର୍ମାଙ୍କ ଏହି ମନ୍ତବ୍ୟକୁ ଜୋରଦାର ବିରୋଧ କରିଛି ଆମ ଆଦମୀ ପାର୍ଟି (ଆପ୍‌) । ଲକ୍ଷ ଲକ୍ଷ ପଞ୍ଜାବୀ ଦିଲ୍ଲୀରେ ରହୁଛନ୍ତି, ସେମାନଙ୍କ ପରିବାର ଏବଂ ପୂର୍ବଜ ଦେଶପାଇଁ ବଳିଦାନ ଦେଇଛନ୍ତି । କିନ୍ତୁ ବିଜେପି ପଞ୍ଜାବୀମାନଙ୍କ ବଳିଦାନକୁ ଉପହାସ କରିଛି ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । 

ବିଜେପି ଏବେ ପଞ୍ଜାବୀଙ୍କୁ ଦେଶ ପାଇଁ ବିପଦ ବୋଲି କହୁଛି । ଦିଲ୍ଲୀରେ ରହୁଥିବା ଲକ୍ଷାଧିକ ପଞ୍ଜାବୀଙ୍କୁ ବିଜେପି ଅପମାନିତ କରିଛି । ବିଜେପି ପଞ୍ଜାବୀମାନଙ୍କୁ କ୍ଷମା ପ୍ରାର୍ଥନା କରିବା ଦରକାର ବୋଲି କେଜ୍ରିଓ୍ବାଲ ଦାବି କରିଛନ୍ତି ।  ସେହିଭଳି ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ ଆପ ନେତା ଭଗଓ୍ବନ୍ତ ମାନ ମଧ୍ୟ ପରବେଶଙ୍କ ମନ୍ତବ୍ୟକୁ ପଞ୍ଜାବ ବିରୋଧୀ ବୋଲି କହିଛନ୍ତି । ସେପଟେ ପରବେଶ ବର୍ମାଙ୍କୁ ଏହି ମନ୍ତବ୍ୟ ବିରୋଧରେ ପଞ୍ଜାବ ଏବଂ ଦିଲ୍ଲୀରେ ରହୁଥିବା ବହୁ ପଞ୍ଜାବୀଙ୍କ ପକ୍ଷରୁ ଲିଗାଲ ବା ଆଇନଗତ ନୋଟିସ ପଠାଯାଇଛି । ପରବେଶ ବର୍ମା ସାର୍ବଜନୀନ ଭାବରେ କ୍ଷମା ପ୍ରାର୍ଥନା ନକଲେ ଆଗକୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ମଧ୍ୟ ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.