ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବିଜେପିର ସମର୍ପଣ ଦିବସ ପାଳିତ

Published By : Suraj Kumar | February 11, 2025 7:28 PM

ଚନ୍ଦାହାଣ୍ଡି ,୧୧।୨ (ଆ ପ୍ର )- ଚନ୍ଦାହାଣ୍ଡି କଲ୍ୟାଣ ମଣ୍ଡପ ଠାରେ  ବିଜେପିର   ସମର୍ପଣ ଦିବସ ତଥା   ମହାମାନବ ସ୍ୱର୍ଗତ ଦୀନ ଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସ ପାଳିତ  ହୋଇ ଯାଇଛି l     ବିଜେପି ଚନ୍ଦାହାଣ୍ଡି ମଣ୍ଡଳ ସଭାପତି  ଭୋଦେବ ବାଘଙ୍କ ନେତୃତ୍ୱରେ ଏହା ପାଳନ କରାଯାଇଥିଲା।   ଏଥିରେ ମୁଖ୍ୟ  ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରତାପ ବାଘ ଯୋଗ ଦେଇ ଥିଲେ l ସମ୍ମାନୀତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଗୋବିନ୍ଦ କୁମାର ଜୈନ, ଅକାଳୁ ଜାଳି, ମହେନ୍ଦ୍ର ନାୟକ, ଚନ୍ଦାହାଣ୍ଡି ମଣ୍ଡଳ ସଭାନେତ୍ରୀ ହେମଳତା ବାଗ, ପ୍ରଭାତ ସୁନା, ସମିତି ସଭ୍ୟ ପୌରଷ ମାଝି ତିଳକ ସିଂ ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ l 

ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ଭୋଦେବ ବାଗ ଙ୍କ   ସଭାପତିତ୍ୱ ରେ  ଏକ  ବୈଠକ ଅନୁଷ୍ଠିତ ହୋଇ ଥିଲା l ବୈଠକ ରେ ମୁଖ୍ୟ ଅତିଥି ପ୍ରତାପ ବାଗ  ସ୍ବର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ତ୍ୟାଗ, ବଳିଦାନ, କୁ ନେଇ ତାଙ୍କ ସ୍ମୃତି ଚାରଣ କରିଥିଲେ l ତାଙ୍କର ଆଦର୍ଶ ରେ ଅନୁ ପ୍ରାଣିତ ହୋଇ ଜନସାଧାରଣ ଙ୍କ ସେବା କରିବା ସହ l ଦଳୀୟ ସଙ୍ଗଠନ କୁ ଆଗକୁ ବଢ଼ାଇ ନେବା ନିମନ୍ତେ ବରିଷ୍ଠ ନେତା ଗୋବିନ୍ଦ କୁମାର ଜୈନ ଉପସ୍ଥିତ ଦଳୀୟ କର୍ମୀ ଏବଂ କାର୍ଯ୍ୟକର୍ତ୍ତା ଙ୍କୁ ଆହ୍ୱାନ ଦେଇ ଥିଲେ l ଦୀନଦୟାଲଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ   ଲୋକଙ୍କ ସେବା କରିବା ଶକାଶେ ସମସ୍ତ କର୍ମୀ ଏବଂ କାର୍ଯ୍ୟକର୍ତ୍ତା ସାମୁହିକ ଶପଥ ପାଠ କରି ଥିଲେ l ଏହି ଅବସର ରେ  ଲକ୍ଷ୍ମଣ ମାଝି, କଣ୍ଠେଶ୍ୱର ନାୟକ, ଗୌରାଙ୍ଗ ମନହିରା, ରୋହିତ ପ୍ରଧାନ ଶୁକ୍ରୁ ନାୟକ, ମଦନା ସୁନା, କୁମାରୀ ପ୍ରଧାନ, ଧନମତୀ ଚଣ୍ଡି, ନୀଳାମ୍ଭର ମାଝି ପ୍ରମୁଖ ଉପସ୍ଥିତ ରହି ଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.