ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲା ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା, ବୁଧବାର ପ୍ରକାଶ ପାଇବ ଚୁଡାନ୍ତ ରାୟ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ନୂଆ ଢାଞ୍ଚାରେ ବସିବ କ୍ୟାବିନେଟ ବୈଠକ : ବଢ଼ିବ ମନ୍ତ୍ରୀଙ୍କ ଗୁରୁତ୍ୱ, ଅଫିସରଙ୍କ କ୍ଷମତାକୁ କରାଯିବ ଗୌଣ
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

କର୍ଣ୍ଟାଟକର ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ବିଜେପି

Published By : Tapas Panda | May 27, 2025 4:42 PM

Image Courtesy: tv9hindi

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନିଜର ଦୁଇ ଜଣ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି ବିଜେପି । ଏସଟି ସୋମଶେଖର ଏବଂ ଏ ଶିବରାମ ହେବରଙ୍କୁ ୬ ବର୍ଷ ପାଇଁ ଦଳରୁ ବିଜେପି ବହିଷ୍କାର କରିଥିବା ଜଣାପଡ଼ିଛି । ବିଜେପିର କର୍ଣ୍ଣାଟକ ୟୁନିଟ୍ ସଭାପତି ବିୱାଇ ବିଜୟେନ୍ଦ୍ରଙ୍କ ଅନୁଯାୟୀ, ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଉଭୟ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯାଇଛି। ସେ କହିଛନ୍ତି ଯେ, ବିଜେପି ହାଇକମାଣ୍ଡ ଦୀର୍ଘ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ଏସଟି ସୋମଶେଖର କର୍ଣ୍ଣାଟକ ବିଧାନସଭାରେ ୟଶୱନ୍ତପୁରକୁ ପ୍ରତିନିଧିତ୍ୱ କରନ୍ତି ଏବଂ  ଶିବରାମ ହେବର ୟେଲାପୁର ବିଧାନସଭା ଆସନରୁ ନିର୍ବାଚନ ଜିତିଥିଲେ । 

 ଦଳର କେନ୍ଦ୍ରୀୟ ଶୃଙ୍ଖଳା କମିଟିର ସଦସ୍ୟ ଓମ୍ ପାଠକ ଦେଇଥିବା ସରକାରୀ ଚିଠି ଅନୁଯାୟୀ, ଦଳରେ ବିଶୃଙ୍ଖଳାର ଯୋଗୁଁ ଏହି ବଡ଼ ପଦକ୍ଷେପ ନିଆଯାଇଛି। ଉଭୟ ବିଧାୟକଙ୍କୁ ତତ୍କାଳ ପ୍ରଭାବରୁ ୬ ବର୍ଷ ପାଇଁ ଦଳର ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦଳର ସବୁ ପଦବୀରୁ ସେମାନଙ୍କୁ ବିଦା କରାଯାଇଛି। ଏସ୍ ଟି ସୋମଶେଖର ଏବଂ ଶିବରାମ ହେବରଙ୍କ ବିରୋଧରେ ଅନେକ ଏଫ୍ଆଇଆର୍ ଅଛି ଏବଂ ତଦନ୍ତ ଚାଲିଛି । 




ମାର୍ଚ୍ଚ ୨୦୨୪ ରାଜ୍ୟସଭା ନିର୍ବାଚନରେ ସୋମଶେଖର ଦଳୀୟ ହ୍ୱିପ୍ ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କୁ କ୍ରସ୍-ଭୋଟ୍ ଦେଇଥିଲେ । ସେପଟେ ଶିବରାମ ହେବର ଭୋଟ ଦେଇନଥିଲେ । ଉଭୟଙ୍କ କାର୍ଯ୍ୟକୁ ଦଳ ଭିତରେ ବିଦ୍ରୋହ ଭାବରେ ଦେଖାଯାଇଥିଲା । ଆଉ ଏବେ ଦୁଇ ବିଧାୟକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେପି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.