ଭୁବନେଶ୍ୱର, ୦୬/୦୪: ଆଜି ପ୍ରତିଷ୍ଠା ଦିବସ ପାଳିବ ବିଜେପି । ରାଜ୍ୟ ମୁଖ୍ୟାଳୟ ସମେତ ପ୍ରତି ମଣ୍ଡଳସ୍ତରରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ହେବ । ବୁଥ୍‌ସ୍ତରରେ ଟିଫିନ୍‌ ବୈଠକଠାରୁ ନେଇ  ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ ପାଇଁ  ଦଳ ଲକ୍ଷ୍ୟ ରଖିଛି ।  ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯିବ । 

ରାମନବମୀ ଥିବାରୁ ବିଭିନ୍ନ  ଜିଲ୍ଲାରେ ୭ ତାରିଖରେ ବି ପ୍ରତିଷ୍ଠା ଦିବସ ପାଳନ କରାଯିବ ।  ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀମାନେ ନିଜ ଘର  ଆଗରେ ଦଳ ପତାକା ଉଡ଼ାଇବେ । ଏହାକୁ ‘ବିଜେପି ଫର୍‌  ବିକଶିତ ଭାରତ’ ହ୍ୟାସଟ୍ୟାଗ ଦେଇ ସୋସିଆଲ ମିଡିଆରେ ପୋଷ୍ଟ କରାଯିବ ।  କାର୍ଯ୍ୟକର୍ତ୍ତା ନିଜ ଘରେ ଦଳୀୟ ପତାକା  ଉଡ଼ାଇବେ । ବୁଥ୍‌ସ୍ତରରେ ଟିଫିନ୍‌ ବୈଠକ  ହେବ । ପ୍ରତି ବୁଥ୍‌ରୁ ୨୦୦ ପ୍ରାଥମିକ  ସଦସ୍ୟ ସାମିଲ ହେବେ ବୋଲି ରାଜ୍ୟ  ସଭାପତି ମନମୋହନ ସାମଲ କହିଛନ୍ତି ।  ଆମ୍ବେଦକର ଜୟନ୍ତୀ ଯାଏ ଜନସମ୍ପର୍କ  କାର୍ଯ୍ୟକ୍ରମ ହେବ । କାର୍ଯ୍ୟକର୍ତ୍ତା ଘରକୁ ଘର ଯାଇ ଦଳର  ଆଦର୍ଶ ପ୍ରଚାର କରିବେ । ୧୧ରେ ପୁରୀ ସ୍ୱାମୀ ନାରାୟଣ ମନ୍ଦିରରେ ବିଧାୟକ, ସାଂସଦଙ୍କ ପ୍ରଶିକ୍ଷଣ ଶିବିର ହେବ ।  ଜେପି ନଡ୍ଡା ଶିବିର ଉଦ୍‌ଘାଟନ କରିବେ ।