ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ, ବିଜେପି ନେତାଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା…

Published By : Ladu Kishor | March 10, 2025 8:56 PM

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରୁ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ସମ୍ଭଲର ଗନୌର ଅଞ୍ଚଳର ଜଣେ ପ୍ରମୁଖ ବିଜେପି ନେତା ଗୁଲଫାମ ସିଂହ ଯାଦବଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ହତ୍ୟା କରାଯାଇଥିବା କୁହାଯାଇଛି। ରିପୋର୍ଟ ଅନୁସାରେ, ସୋମବାର ଦିନ ପ୍ରାୟ ୧ଟା ସମୟରେ ଜୁନାୱାରୀ ବ୍ଲକ ଅଞ୍ଚଳର ଦଫ୍ତାରା ହିମାଚଳ ଗାଁରେ ତାଙ୍କ ଘରେ ଖଟିଆରେ ବସିଥିବା ସମୟରେ କିଛି ଯୁବକ ବାଇକ୍ ରେ ଆସି ତାଙ୍କୁ ବିଷ ଇଞ୍ଜେକ୍ସନ ଦେଇଥିଲେ। ଯୁବକ ମାନେ ତାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ଫେରାର୍ ହୋଇଯାଇଛନ୍ତି। 

ସୂଚନା ଅନୁଯାୟୀ, ଯେତେବେଳେ ଗୁଲଫାମ ସିଂହ ଯାଦବ ତାଙ୍କ ଘରେ ଏକ ଖଟିଆରେ ବସିଥିଲେ, ଦୁଇଜଣ ଯୁବକ ଏକ ବାଇକ୍ ଚଢ଼ି ତାଙ୍କ ଘର ପାଖରେ ପହଞ୍ଚିଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କ ହାତରେ ଏକ ଇଞ୍ଜେକ୍ସନ ଥିଲା, ସେ ହଠାତ୍ ବିଜେପି ନେତାଙ୍କ ପେଟରେ ଇଞ୍ଜେକ୍ସନଟି ଲଗାଇ ଦେଇଥିଲେ ଏବଂ କିଛି ସମୟ ପାଇଁ ସେଠାରେ ଠିଆ ହୋଇଥିଲେ। ଏହା ପରେ, ଘରର ଲୋକମାନେ ଦେଖିବା କିମ୍ବା ବୁଝିବା ପୂର୍ବରୁ, ବାଇକ୍ ଆରୋହୀ ଯୁବକ ଦୁହେଁ ପଳାଇ ଯାଇଥିଲେ। ପରିବାର ଲୋକ ଶୀଘ୍ର ତାଙ୍କୁ ପ୍ରଥମେ ଜୁନାୱାରିର ସରକାରୀ ଡାକ୍ତରଖାନାକୁ ନେଇଗଲେ । ତେବେ ସେଠାରେ ଡାକ୍ତରମାନେ ତାଙ୍କୁ ଆଲିଗଡ଼କୁ ରେଫର କଲେ ଏବଂ ଆଲିଗଡ଼କୁ ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଗଲା।

ବିଜେପି ନେତା ଗୁଲଫାମ ସିଂହଙ୍କ ବୟସ ୬୫ବର୍ଷ ବୋଲି କୁହାଯାଏ ଏବଂ ସେ ପ୍ରାୟ ତିନି ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ଥିଲେ। ୨୦୦୪ ମସିହାରେ ଗୁନ୍ନୌର ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନରେ ସେ ସ୍ୱର୍ଗତ ଏସପି ନେତା ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବିରୋଧରେ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସେ ପଛୁଆ ବର୍ଗ କମିଶନର ସଦସ୍ୟ ମଧ୍ୟ ଥିଲେ। ଏହା ସହିତ, ଗୁଲଫାମ ଯାଦବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ପଶ୍ଚିମ ଉତ୍ତର ପ୍ରଦେଶର ଆଞ୍ଚଳିକ ଉପାଧ୍ୟକ୍ଷ ଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.