ନବରଙ୍ଗପୁର,୧/୯(ଆପ୍ର) :   ନଵରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝିଙ୍କ ବାସଭବନ ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଏହି ମିଶ୍ରଣ ପର୍ବରେ କୋଷାଗୁମୁଣ୍ଡା ବ୍ଲକ୍ କକଡି ସେମଲା ପଞ୍ଚାୟତ,ଆସଙ୍ଗା ଗ୍ରାମର ଗୌରୀ ମାଳୀ, ହେମାନନ୍ଦ ମାଳୀ, ଓଁକାର ମାଳୀ,ରୋଶନ ମାଳୀ,ଗଣେଶ ମାଳୀଙ୍କ ସହ ଶତାଧିକ ଲୋକ ବିଜେପିରେ ସାମିଲ ହୋଇଥିଲେ।

ବିଧାୟକ ଶ୍ରୀ ମାଝି ଙ୍କ କାର୍ଯ୍ୟ ଶୈଳୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଚାଷୀ ଦୁଃଖି ଗରୀବ ମାତୃଶକ୍ତି ଙ୍କ ପ୍ରତି ଅନାବିଳ ଭଲପାଇବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନହିତକର କାର୍ଯ୍ୟକ୍ରମ ଓ ଭାରତୀୟ ଜନତା ପାର୍ଟିର ନିତି ଆଦର୍ଶ ନୈତିକତା ପ୍ରତି ଆକୃଷ୍ଟ ହୋଇ ବିଦ୍ଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ପାର୍ଟିରେ ଯୋଗ ଦେଇଥିବା ସମସ୍ତ ଙ୍କୁ ଉତ୍ତରୀୟ ଓ ଟୋପି ପ୍ରଦାନ ପୂର୍ବକ ଗୌରୀଶଙ୍କର ମାଝି ସ୍ୱାଗତ କରିଥିଲେ।ଏହି ମିଶ୍ରଣ ପର୍ବରେ ନଗର ମଣ୍ଡଳ ସଭାପତି ତଥା କୋଷାଗୁମୁଣ୍ଡା ପ୍ରଭାରୀ ଅମୂଲ୍ୟ ମିଶ୍ର (ପିଣ୍ଟୁ) ମଣ୍ଡଳ ସଭାପତି ରମେଶ ଭତ୍ରା, ଜିଲ୍ଲା ସଂପାଦକ ସିମାଞ୍ଚଳ ବିଷୋୟୀ , ବରିଷ୍ଠ କାର୍ଯ୍ୟକର୍ତ୍ତା ସୁରେଶ ବିଷୋୟୀ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।