ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଅଗଷ୍ଟ ୨୦ ପରେ ନିଗମ, ବୋର୍ଡ ଓ ଦଳୀୟ କମିଟି ଘୋଷଣା ! ମନମୋହନ କହିଲେ' ଦିଲ୍ଲୀ ନୁହଁ, ଓଡ଼ିଶାରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି'

Published By : Manoj | August 10, 2025 11:49 AM

ଭୁବନେଶ୍ୱର,୧୦/୦୮: ବହୁ  ପ୍ରତୀକ୍ଷା ପରେ ରାଜ୍ୟ ମହିଳା ଆୟୋଗ ଓ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷ ସହ ସଦସ୍ୟ ନିଯୁକ୍ତି କରିଛନ୍ତି ସରକାର । ଅନ୍ୟ ନିଗମ, ବୋର୍ଡରେ  ନିଯୁକ୍ତି କେବେ ? ଆଶାୟୀମାନେ ଏ  ପ୍ରଶ୍ନର ଉତ୍ତର ପାଇବାକୁ ଛଟପଟ ହେଉଥିଲା ବେଳେ ୨୦ ତାରିଖ ପରେ ଏ ସମ୍ପର୍କରେ ଘୋଷଣା ହୋଇପାରେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।  ଏହାଛଡ଼ା ରାଜ୍ୟ ବିଜେପିର ବିଭିନ୍ନ କମିଟିର ଘୋଷଣା ମଧ୍ୟ ଆଗକୁ ହେବ ବୋଲି ସେ ସୂଚନା ଦେଇଛନ୍ତି । 

ନୂଆଦିଲ୍ଲୀ ଗସ୍ତରୁ ଫେରି ମନମୋହନ କହିଛନ୍ତି, ନିଗମ ଓ ବୋର୍ଡ ନିଯୁକ୍ତି ନେଇ  ନିର୍ଦ୍ଦିଷ୍ଟ ତାରିଖ ସେ କହିପାରିବେନି ।  କିନ୍ତୁ ଭାରତୀୟ ଜନତା ପାର୍ଟିର ନିଗମ,  ବୋର୍ଡ ଏବଂ ଦଳୀୟ କମିଟି ତାଲିକା  ଦିଲ୍ଲୀରେ ହୁଏନି । ଏହା ଓଡ଼ିଶାରେ ହିଁ ହୁଏ । ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ଅନ୍ୟ ନେତୃବୃନ୍ଦଙ୍କ  ସହ ଏ ସମ୍ପର୍କରେ ବୈଠକ ବସି ଚର୍ଚ୍ଚା ହୋଇଛି । ଆଗକୁ  ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ୧୫  କିମ୍ବା ୨୦ ତାରିଖ ପରେ ନିଗମ,  ବୋର୍ଡ ଓ କମିଟି ଘୋଷଣା  ହୋଇପାରେ । ଶ୍ରୀ ସାମଲଙ୍କ ଏ  ସୂଚନା ଆଶାୟୀମାନଙ୍କ ହୃତ୍‌ସ୍ପନ୍ଦନ  ବଢ଼ାଇ ଦେଇଛି।

ସେହିଭଳି ସୁଭଦ୍ରା ଟଙ୍କାରେ  ଲକ୍ଷପତି ଦିଦି ସୃଷ୍ଟି ସମ୍ପର୍କରେ ବିଜେଡିର ପ୍ରତିକ୍ରିୟା ସମ୍ପର୍କରେ ଜବାବ ରଖି ମନମୋହନ କହିଛନ୍ତି, ବିଜେଡି ୫ ବର୍ଷ ଅପେକ୍ଷା କରୁ । ଆମ ସୌଭାଗ୍ୟ  ଓଡ଼ିଶା ଲକ୍ଷପତି ଦିଦିରେ ଏକ  ନମ୍ବର ରାଜ୍ୟ ହୋଇପାରିଛି ।  ଓଡ଼ିଶାର ମହିଳାମାନେ କଠିନ ପରିଶ୍ରମ କରୁଛନ୍ତି ।କେନ୍ଦ୍ର ଓ ରାଜ୍ୟ  ସରକାର ମହିଳାମାନଙ୍କୁ ବିନା  ସୁଧରେ ଋଣ ଦେଉଛନ୍ତି, ଯାହାଦ୍ୱାରା  ଲକ୍ଷପତି ଦିଦି ହେବାର ସମ୍ଭାବନା  ବଢ଼ିଛି । ସୁଭଦ୍ରା ମହିଳାଙ୍କୁ ସ୍ୱାବଲମ୍ବୀ  ହେବାର ସୁଯୋଗ ଦେଇଛି, ମନରେ  ଆତ୍ମବିଶ୍ୱାସ ବଢ଼ାଇଛି । 

 ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି  ସରକାରକୁ ବର୍ଷେ ପୂରିଛି । ମୋହନଙ୍କ  କ୍ୟାବିନେଟରେ ୬ଟି ମନ୍ତ୍ରୀ ପଦ  ଖାଲି ପଡ଼ିଛି । ଦଳ ପାଇଁ ବର୍ଷ ବର୍ଷ  ଧରି ନିଷ୍ଠାର ସହ କାମ କରିଥିବା  ନେତାମାନେ ନିଗମ ଓ ବୋର୍ଡରେ  ଥଇଥାନ ହେବାକୁ ଗୋଡ଼ ଟେକି  ବସିଛନ୍ତି । ଦଳୀୟ କମିଟିରେ ମଧ୍ୟ  କିଏ ସ୍ଥାନ ପାଇବ ସେ ନେଇ ଛକାପଞ୍ଝା  ଲାଗିରହିଛି ।  

ବିଜେପି ହାଇକମାଣ୍ଡ ସରକାର ସଂଗଠନ ମଧ୍ୟରେ ପୂର୍ଣ୍ଣ ସମନ୍ୱୟ  ଉପରେ ଜୋର୍‌ ଦେଉଥିବାରୁ ମୋହନ- ମନମୋହନ ନିକଟରେ ଦିଲ୍ଲୀ ଯାଇ ଏ  ସମ୍ପର୍କରେ ଆଲୋଚନା କରିଥିବା  ସୂଚନା ମିଳୁଛି । ଆଶାୟୀମାନେ  ବ୍ୟଗ୍ରତାର ସହ ନିଗମ-ବୋର୍ଡ  ନିଯୁକ୍ତିକୁ ଅପେକ୍ଷା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.