ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମହାରାଷ୍ଟ୍ର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲେ ବିଜେପି ଓ ଶରଦ ପାଓ୍ବାରଙ୍କ ଏନସିପି

Published By : Tapas Panda | October 26, 2024 6:43 PM

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଆଜି (ଶନିବାର) ବିଜେପି ଦ୍ବିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପି ୨୨ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି  ।  ଏନସିପି (ଏସପି) ଚର୍ଚ୍ଚିତ ଚେହେରା ସତୀଶ ଚୌହାନଙ୍କୁ ଗଙ୍ଗପୁର ଆସନରୁ ପ୍ରାର୍ଥୀ କରିଛି । ସତୀଶ ଚୌହାନଙ୍କୁ ଅଜିତ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପି ଅକ୍ଟୋବର ୧୮ରେ ଦଳ ବିରୋଧୀ କାର୍ଯ୍ୟ ଲାଗି ପାର୍ଟିରୁ ୬ ବର୍ଷ ଲାଗି ନିଲମ୍ବିତ କରିଥିଲା । 




ସେପଟେ ବିଜେପି ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ନାଁ ଜାରି କରିଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଦଳ ୨୨ଟି ଆସନରେ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ବିଜେପି ବର୍ତ୍ତମାନର ୬ ବିଧାୟକଙ୍କୁ ସାମିଲ କରିଥିବା ବେଳେ ଦୁଇ ଜଣଙ୍କୁ ଟିକେଟ ଦେଇ ନାହିଁ । ମହାୟୁତି ମେଣ୍ଟର ମୁଖ୍ୟ ଦଳ ବିଜେପି ଏବେ ସୁଦ୍ଧା ୧୨୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଦ୍ବିତୀୟ ତାଲିକାରେ ଦଳ ଦୁଇ ଜଣ ବିଧାନ ପରିଷଦ ସଦ୍ୟସଙ୍କୁ ଟିକେଟ ଦେଇଛି । 




ଗୋପିଚାନ୍ଦ ପାଦଲକର ଜାଟରୁ ପ୍ରାର୍ଥୀ ହୋଇଥିବା ବେଳେ ରମେଶ କାରଦ ଲାତୁର ଗ୍ରାମୀଣ ଆସନରୁ ନିର୍ବାଚନ ଲଢ଼ିବେ ।  ୨୦୧୯ ନିର୍ବାଚନରେ ବିଜେପି ୧୦୫ ଆସନରେ ବିଜୟୀ ହୋଇଥିବା ବେଳେ ଶିବସେନା ୫୬ ଏବଂ କଂଗ୍ରେସ ୪୪ ଆସନରେ ବିଜୟୀ ହୋଇଥିଲା । ସେହିଭଳି ୨୦୧୪ ନିର୍ବାଚନରେ ବିଜେପି ୧୨୨ ଆସନ ନିଜ ନାଁରେ କରିଥିଲା । 

ସୂଚନାଯୋଗ୍ୟ, ୨୮୮ ବିଧାନସଭା ଆସନ ଥିବା ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ । ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ଏବଂ ନିର୍ବାଚନୀ ଫଳାଫଳ ଘୋଷଣା ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.