ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଆପ୍‌ ସରକାରଙ୍କ ବିରୋଧରେ ‘ଚାର୍ଜସିଟ୍‌’ ଜାରି କଲା ବିଜେପି, କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କଲେ ଅନୁରାଗ

Published By : Tapas Panda | December 23, 2024 4:12 PM

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍‌ ଆଦମୀ ପାର୍ଟି (ଆପ୍‌) ସରକାର ବିରୋଧରେ ବିଜେପିର ରଣହୁଙ୍କାର । ଆପ୍‌ ସରକାର ବିରୋଧରେ ଅଭିଯୋଗ ପତ୍ର (ଚର୍ଜସିଟ୍‌) ଜାରି କଲା ଭାରତୀୟ ଜନତା ପାର୍ଟି । ବିଜେପି ସାଂସଦ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ‘ଏହି ଚାର୍ଜସିଟ୍‌ରେ ଆପ୍‌ର ଦୁର୍ନୀତିର କାହାଣୀ ରହିଛି । ଦିଲ୍ଲୀବାସୀଙ୍କୁ ଅରବିନ୍ଦ କେଜ୍ରିଓ୍ବାଲ ମିଛ ପ୍ରତିଶ୍ରୁତି ଦେଇଛନ୍ତି । ସେ ମାଗଣା ବିଜୁଳୀ, ସ୍ବାସ୍ଥ୍ୟ ସେବା ଏବଂ ପାଣି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ବି ଲୋକମାନେ ଏହି ସେବା ଲାଗି ଟଙ୍କା ଦେଉଛନ୍ତି । ଦିଲ୍ଲୀକୁ ଦୁର୍ନୀତିମୁକ୍ତ କରିବ ବୋଲି ଆପ୍‌ କହିଥିଲା, କିନ୍ତୁ ସେହି ଦଳର ୮ ମନ୍ତ୍ରୀ ଏବଂ ୧୫ ଜଣ ବିଧାୟକ ଜେଲ ଯାଇଛନ୍ତି ।’ 

ସେ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରି କହିଛନ୍ତି, କେଜ୍ରିଓ୍ବାଲ ନିଜକୁ ନମ୍ବର ଓ୍ବାନ କହୁଛନ୍ତି । କେଉଁ କ୍ଷେତ୍ରରେ ଆପଣ ନମ୍ବର ଓ୍ବାନ ? ଦେଶରେ ସବୁଠାରୁ ଅଧିକ ଦାମରେ ଦିଲ୍ଲୀରେ ପାଣି ମିଳୁଛି ବୋଲି ଅନୁରାଗ ଠାକୁର ଅଭିଯୋଗ କରିଛନ୍ତି ।  ସେପଟେ କେଜ୍ରିଓ୍ବାଲଙ୍କ ଦଳ ପ୍ରତିବନ୍ଧିତ ସଂଗଠନ ଶିଖ ଫର ଜଷ୍ଟିସ୍‌ (ଏସ୍‌ଏଫଜେ) ପାଖରୁ ୧.୬ ମିଲିୟନ୍‌ ଡଲାର ଗ୍ରହଣ କରିଛି ବୋଲି ଅନୁରାଗ ଦାବି କରିଛନ୍ତି । 

ଏପରିକି ପଞ୍ଜାବ ନିର୍ବାଚନରେ ଆପ୍‌ ଖଲିସ୍ତାନୀ ସଂଗଠନର ସହାୟତା ନେଇଥିଲା ବୋଲି ସେ କହିଛନ୍ତି । ବିଜେପିର ଏହି ଚାର୍ଜସିଟ୍‌ ଦିଲ୍ଲୀର ଅପରାଧୀ କେଜ୍ରିଓ୍ବାଲଙ୍କ ଦୁର୍ନୀତିର ଗୁମର ଖୋଲିବ ବୋଲି ଅନୁରାଗ ଠାକୁର କହିଛନ୍ତି । ସେପଟେ ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଫେବୃଆରୀ ୨୩ ଶେଷ ହେବାକୁ ଯାଉଛି ଏବଂ ନିର୍ବାଚନ ତା ପୂର୍ବରୁ ହୋଇପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.