ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

"କଂଗ୍ରେସ ଓ କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ, ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ" : ମନମୋହନ ସାମଲ

Published By : Prameya | March 27, 2025 11:49 AM

ଭୁବନେଶ୍ଵର, ୨୭/୦୩ : ରାଜଧାନୀରେ ରାଜନେତାଙ୍କ ହାଇଡ୍ରାମା। ବିଧାନସଭା, ରାଜରାସ୍ତା ପରେ ଏବେ ଚାଲିଛି ପ୍ରେସ୍‌ମିଟ୍ ୱାର୍। ବୁଧବାର କଂଗ୍ରେସ ପ୍ରେସ୍‌ମିଟ୍ କରି ସରକାରଙ୍କ ଉପରେ ବର୍ଷିଲା। ଆଜି ପ୍ରେସ୍‌ମିଟ୍ କରି ବିଜେପି ଧୋଇଦେଲା। ଗୁରୁବାର ପ୍ରେସ୍‌ମିଟ୍ ଡାକି ବିରୋଧୀଙ୍କ ଉପରେ ଜୋରଦାର୍ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ, ସେମାନେ ବିରୋଧୀ ଦଳର ଭୂମିକା ବୁଝି ନାହାଁନ୍ତି। 

ମନମୋହନ ସାମଲ ପୁଣି କହିଛନ୍ତି ଯେ, କଂଗ୍ରେସ ଓ କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ। ସେମାନେ ବିରୋଧୀ ଦଳର ଭୂମିକା ବୁଝିନାହାଁନ୍ତି। ବିରୋଧୀଙ୍କ ଆଚରଣ, ଉଚ୍ଚାରଣ ଠିକ୍ ନୁହେଁ। ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ। 

ଏହି ଖବରଟିକୁ ପଢନ୍ତୁ-ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର: ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ

ବୁଧବାର କଂଗ୍ରେସ ପ୍ରେସମିଟ୍ କରି କହିଥିଲା ଯେ, ରାଜ୍ୟରେ ଗଣତନ୍ତ୍ର ଏବେ ବିପଦରେ ରହିଛି । ଶାସକ ଦଳ ମନମାନୀ କରିବା ଆରମ୍ଭ କଲାଣି । ଗତ  ଦୁଇଦିନ ହେବ ବିଧାନସଭାରେ କଂଗ୍ରେସ ସହ  ଯାହା ଘଟୁଛି ତାହା ସମସ୍ତେ ଜାଣିଛନ୍ତି । ପ୍ରଥମେ  କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ, ପରେ ବିଧାୟକ  ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ଆକ୍ରମଣ ଓ  କଂଗ୍ରେସ କର୍ମୀଙ୍କୁ ଗିରଫ କରିବା ଭଳି ଘଟଣା  ଘଟିଛି । ପୁଲିସ ମଧ୍ୟ ଏକପାଖିଆ ନିଷ୍ପତ୍ତି ନେଇ  ବିଧାନସଭାକୁ କବ୍‌ଜା କରିନେଇଛି । ଏଥିରୁ ସ୍ପଷ୍ଟ  ଯେ, ଆଇନଶୃଙ୍ଖଳା ବ୍ୟବସ୍ଥା କେଉଁ ଅବସ୍ଥାରେ  ରହିଛି । ହେଲେ କଂଗ୍ରେସ ଏହାକୁ କେବେବି  ବରଦାସ୍ତ କରିବନି । ଏବେ ଦଳର ଗୋଟିଏ  ମନ୍ତ୍ର ‘କର ବା ମର’ । ଆଜି ବିଧାନସଭା ଘେରାଉ କରି ଏହାର ମୁହଁତୋଡ ଜବାବ ଦେବ ଦଳ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.