ପ୍ରମୂଖ ଖବର
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ୟୁଏସରେ ରାହୁଲ ଏମିତି କଣ କହିଦେଲେ ? ବର୍ଷିଲା ବିଜେପି, କହିଲା ରାଗ ସୁଝାଉଛନ୍ତି ରାହୁଲ

Published By : Ankita S | April 21, 2025 3:06 PM

ନୂଆଦିଲ୍ଲୀ,୨୧/୦୪: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗଙ୍କ ଉପରେ ବୟାନ ଦେଇ ରାଜନୀତିକୁ ସରଗରମ କରିଛନ୍ତି । ଏହାକୁ ନେଇ ରାହୁଲଙ୍କ ଉପରେ ବର୍ଷିଛି ବିଜେପି । ନ୍ୟାସନାଲ ହୋଲ୍ଡ ମାମଲାରେ ରାହୁଲ ଗାନ୍ଧୀ ଇଡ଼ିର ରାଗ ନିର୍ବାଚନ ଆୟୋଗଙ୍କ ଉପରେ ସୁଝାଉଛନ୍ତି ବୋଲି କହିଛି ବିଜେପି ।

କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଛନ୍ତି । ଆଜି ସେ ରୋଡ୍‌ ଆଇଲାଣ୍ଡର ବ୍ରାଉନ ୟୁନିଭର୍ସିଟି ଗସ୍ତ କରିଛନ୍ତି । ସେଠାରେ  ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ନିର୍ବାଚନ କମିଶନର ଓ କେନ୍ଦ୍ର ସରକାରଙ୍କୁ ଉପରେ ଏକ ବୟାନ ଦେଇଥିଲେ । ଯାହାକୁ ନେଇ ରାଜନୀତି ସରଗରମ ହୋଇଛି ।

ରାହୁଲ କହିଥିଲେ, ''ଭାରତରେ ସିଷ୍ଟମରେ କିଛି ଠିକ୍ ନାହିଁ । ମହାରାଷ୍ଟ୍ର ନିର୍ବାଚନ ତାର ଉଦାହରଣ । ଏହି ନିର୍ବାଚନରେ ୨ ଘଣ୍ଟାରେ ୬୫ ଲକ୍ଷ ମତଦାତା ଯୋଡି ହୋଇଥିଲେ । ଯାହା ଅସମ୍ଭବ । ମୋତେ ଲାଗୁଛି ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କ ସହ ବୁଝାମଣା କରି ଦେଇଛନ୍ତି ।''

ରାହୁଲଙ୍କର ଏହି ବୟାନକୁ ନେଇ ଟାର୍ଗେଟ କରିଛି ବିଜେପି । କଂଗ୍ରେସ ନିର୍ବାଚନ ଜିତିଲେ ନିର୍ବାଚନ ଆୟୋଗଙ୍କୁ କିଛି କହୁନାହିଁ । ସେବେ ଦଳ ପାଇଁ ଇସି ଠିକ୍, ମାତ୍ର ଯେଉଁଠି ନିର୍ବାଚନ ହାରୁଛି ସେଠାରେ ଇସିଙ୍କୁ ଟାର୍ଗେଟ କରୁଛି । ରାହୁଲ ବିଦେଶରେ ଭାରତକୁ ବଦନାମ କରୁଛନ୍ତି । ସାମ୍ବିଧାନିକ ସଂସ୍ଥାର ଅପମାନ କରୁଛନ୍ତି । କିଛି ଲୋକ ପିଏମ୍ ମୋଦିଙ୍କ ବିରୋଧ କରୁ କରୁ ଭାରତ ବିରୋଧୀ ହୋଇଛନ୍ତି ବୋଲି କହିଛନ୍ତି ବିଜେପି ପ୍ରବକ୍ତା ଶହଜାଦ ପୁନାୱାଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.