ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଝାଡ଼ଖଣ୍ଡରେ ପଛରେ ପଡ଼ିଲା ବିଜେପି, ଗଡ଼ ବଞ୍ଚାଇବାରେ ସଫଳ ହେଲେ ଚମ୍ପାଇ ସୋରେନ୍‌

Published By : Tapas Panda | November 23, 2024 6:52 PM

ରାଞ୍ଚି: ସଢ଼େଇକଳା ଆସନରୁ ପ୍ରାର୍ଥୀ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ଚମ୍ପାଇ ସୋରେନ୍‌ ବିଜୟୀ ହୋଇଛନ୍ତି । ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍‌)ର ପ୍ରାର୍ଥୀ ଗଶେଶ ମହାଲିଙ୍କୁ ପରାସ୍ତ କରିଛନ୍ତି । ନିର୍ବାଚନ କମିଶନଙ୍କ ଅନୁସାରେ, ସୋରେନ୍‌ ୧,୧୯,୩୭୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମହାଲି ୯୮,୯୩୨ ଭୋଟ ପାଇଛନ୍ତି । ଚମ୍ପାଇ ସୋରେନ୍‌ ୨୦, ୪୪୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।  

ବିଶିଷ୍ଟ ରଜାନେତା ଏବଂ ଜେଏମଏମର ପ୍ରତିଷ୍ଠାତା ଶିବୁ ସୋରନେଙ୍କ ନିକଟତମ ସହଯୋଗୀ ଚମ୍ପାଇ ସୋରେନ୍‌ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲ । ୨୦୦୫ରେ ଝାଡ଼ଖଣ୍ଡର ପ୍ରଥମ ନର୍ବାଚନ ପାଖରୁ ସଢ଼େଇକଳା ଚମ୍ପାଇ ସୋରେନଙ୍କ ଗଡ଼ ରହିଆସିଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ଗତ ଜାନୁଆରୀରରେ ଚମ୍ପାଇ ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେମନ୍ତ ସୋରେନ ଜେଲରୁ ମୁକୁଳିବା ପରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବାକୁ ପଡ଼ିଥିଲା । ଏଥିରେ ଅସନ୍ତୋଷ ପ୍ରକାଶ କରି ଜେଏମଏମ୍‌ ଛାଡ଼ି ବିଜେପି ଶିବିରରେ ଯୋଗ ଦେଇଥିଲେ ଚମ୍ପାଇ । କିନ୍ତୁ ଝାଡ଼ଖଣ୍ଡ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ମାତ ଦେଇଛି ଇଣ୍ଡି ମେଣ୍ଟ । 

ସେପଟେ ବିଜେପିର ପରାଜୟ ପରେ ଲୋକଙ୍କ ମତକୁ ସ୍ବୀକାର କରୁଛି ବୋଲି ଚମ୍ପାଇ ସୋରେନ୍‌ କହିଛନ୍ତି । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟ ନଭେମ୍ବର ୧୩ ଏବଂ ୨୦ରେ ହୋଇଥିଲା ।  ୮୧ ଆସନ ଲାଗି ଏନଡିଏ ଏବଂ ଇଣ୍ଡି ମେଣ୍ଟ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା । ହେଲେ ଶେଷରେ ଜେଏମଏମ୍‌ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ପାଖରୁ ପରାସ୍ତ ହୋଇଛି ଏନଡିଏ । ଏଥର ବିଜେପି ୬୮ ଜଣ ପ୍ରାର୍ଥୀ ଦେଇଥିବା ବେଳେ ଏହାର ସହଯୋଗୀ ଏଜେଏସୟୁ, ଜେଡିୟୁ ଏବଂ ଲୋକ ଜନଶକ୍ତି (ରାମବିଳାସ) ପାର୍ଟି ଯଥାକ୍ରମେ ୧୦, ୨ ଏବଂ ଗୋଟିଏ ଆସନରେ ନିର୍ବାଚନ ଲଢ଼ିଥିଲେ । ଅନ୍ୟପଟେ ଜେଏମଏମ ୪୩ ଆସନରେ ପ୍ରାର୍ଥୀ ଦେଇଥିଲା।  ଏହାର ସହଯୋଗୀ ଦଳ କଂଗ୍ରେସ ଏବଂ ଆଜରଜେଡି ଯଥାକ୍ରମେ ୩୦ ଏବଂ ୬ ଆସନରେ ପ୍ରାର୍ଥୀ ଦେଇଥିଲେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.