ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଖବରକାଗଜରେ ମୋଦିଙ୍କ 'ଏକ ହୈ ତୋ ସେଫ୍ ହୈ' ନାରା, ବର୍ଷିଲେ ବିରୋଧୀ

Published By : Ankita S | November 11, 2024 12:58 PM

ମୁମ୍ବାଇ,୧୧/୧୧: ମହାରାଷ୍ଟ୍ର ନିର୍ବାଚନକୁ ନେଇ ରଜାନୀତି ପାଣିପାଗ ସରଗରମ ରହିଛି । ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୮ ଦିନ ବାକି ରହିଛି । ଏହା ପୂର୍ବରୁ ରାଜନୈତିକ ଦଳ ମଧ୍ୟରେ ବାକଯୁଦ୍ଧ ଓ ବୟାନବାଜି ଆରମ୍ଭ ହୋଇଯାଇଛି । ବିଜେପିର 'ବଟେଙ୍ଗେ ତୋ କଟେଙ୍ଗେ'  ନାରା ବିବାହ କାର୍ଡରେ ଛପା ହେବା ପରେ ଏବେ ଆଉ ଏକ ସ୍ଲୋଗାନ ଖବରକାଗଜରେ ବାହାରିଛି । ଏହାକୁ ନେଇ ରାଜନୀତି ଆହୁରି ସରଗରମ ହୋଇଛି ।

କିଛି ଦିନ ତଳେ କଂଗ୍ରେସକୁ ଟାର୍ଗେଟ କରି ମହାରାଷ୍ଟ୍ରର ଧୂଲେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ଏକ ହୈ ତୋ ସେଫ୍ ହୈ' ସ୍ଲୋଗାନ ଦେଇଥିଲେ । ଏହି ନାରା  ସହ ଜଡିତ ଏକ ବିଜ୍ଞାପନ ମହାରାଷ୍ଟ୍ରର ଏକ ଖବରକାଗଜରେ ବିଜେପି ପ୍ରକାଶ କରିଛି । ଯାହାକୁ ନେଇ ରାଜନୀତି ଜୋର୍ ଧରିଛି । ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରି ଏକ ଜନସଭାରେ  'ଏକ ହୈ ତୋ ସେଫ୍ ହୈ' ନାରା ଦେଇଥିଲେ । ଏହାକୁ କଂଗ୍ରେସ ଓ  ଅନ୍ୟ  ବିରୋଧୀ ଦଳ କଡା ସମାଲୋଚନା କରିଥିଲେ ।

ଏବେ ଏହି ନାରା ସହ ଜଡିତ ବିଜ୍ଞାପନ ଖବରକାଗଜରେ ବାହାରିବା ପରେ ବିରୋଧୀ ବିଜେପିକୁ ଜୋରଦାର ଆଟାକ କରିଛନ୍ତି । ବିଜ୍ଞାପନରେ ବିଜେପି, ମହାୟୁତି ଓ ଶିବେସେନା ଦଳର ମେଣ୍ଟକୁ ଦର୍ଶାଇଛି । ଏହା ପରେ ବିରୋଧୀଙ୍କ ଟାର୍ଗେଟର ଶିକାର ହୋଇଛି ଭାଜପା । ବିଜେପି ଭୟ ଓ ଅସୁରକ୍ଷିତତାର ଫାଇଦା ଉଠାଇବାକୁ ଚାହୁଁଛି, ଯାହା ସାମାଜ ଉପରେ ପ୍ରଭାବ ପକାଉଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଦେଶ ପାଇଁ ପ୍ରକୃତ ବିପଦ ହେଉଛି ବିଜେପି ଓ ଆରଏସଏସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.