ଚନ୍ଦାହାଣ୍ଡି,୮/୧୧ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମାଲଗାଁ ମଣ୍ଡଳ ସଭାପତି ମୋହନ ନାୟକଙ୍କ ନେତୃତ୍ୱରେ ବେହେରାମୁଣ୍ଡା ପଞ୍ଚାୟତ ଜାମଲିପଡାଠାରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି l  ଏଥିରେ  ଅତିଥି ଭାବେ ଜିଲ୍ଲା ଯୁବ ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ୟାମ ସୁନ୍ଦର ମାଝିବରିଷ୍ଠ ବିଜେପି ନେତା ଭରତ ବାଘମଧୁସୁଦନ ନାଗେଶଯୁବ ନେତା ପ୍ରଭାତ ସୁନା ଯୋଗଦାନ ଦେଇ ମାଲଗାଁ ମଣ୍ଡଳର ସମସ୍ତ ଦଳୀୟ କର୍ମୀ ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ସଦସ୍ୟତା ସଂଗ୍ରହ କରିବା ପାଇଁ ବିଶେଷ ପରାମର୍ଶ ପ୍ରଦାନ କରିଥିଲେ । ଏହାସହ ପ୍ରତି ବୁଥ୍ ସ୍ତରରେ ଜଣ ସଦସ୍ୟ ଏବଂ ମୋବାଇଲ ମାଧ୍ୟମରେ ୨୧ଜଣ ସଦସ୍ୟ ଦଳରେ ସଂଯୋଗ କରିବା ପାଇଁ ପରାମର୍ଶଦେଇ ଥିଲେ l   ଏହି ଅବସରରେ ବରିଷ୍ଠ ନେତା ମୁରଲୀ ପୋଡ଼ନେପାଳ ଗୌଡ଼ଭକଚନ ନାୟକଚଚିନ୍ଦ୍ର ଗୋପାଳଡ଼ମାର ମାଝିଜୟରାମ ବାଗଟିକମ ନାୟକସଞ୍ଜୟ ଗୌଡ଼ଉର୍ବଶୀ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ସେହିପରି ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ତଥା ବିଧାୟକ ପ୍ରତିନିଧି ପ୍ରତାପ ବାଗଙ୍କ ସଭାପତିତ୍ୱରେ ଚନ୍ଦାହାଣ୍ଡି କଲ୍ୟାଣୀ ମଣ୍ଡପଠାରେ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା 

ଏଥିରେ ଅତିଥି ଭାବେ ସାଂସଦ ପ୍ରତିନିଧି ବସନ୍ତ ମାଝିବରିଷ୍ଠ ନେତା ଅକାଳୁ ଚରଣ ଜାଳିମହେନ୍ଦ୍ର ନାୟକ ଯୁବ ନେତା ଭୋଦେବ ବାଗ ଯୋଗଦେଇଥିଲେ । ଉପସ୍ଥିତ ଥିବା ଚନ୍ଦାହାଣ୍ଡି ମଣ୍ଡଳର ସମସ୍ତ ବିଜେପି କର୍ମୀ ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ସଦସ୍ୟତା ସଂଗ୍ରହ କରିବା ସହ ଦଳୀୟ କର୍ମୀ ଏବଂ କାର୍ଯ୍ୟ କର୍ତ୍ତାମାନେ ପରସ୍ପର ଉତ୍ତମ ସମ୍ପର୍କ ରଖି ଦଳୀୟ ସଙ୍ଘଠନକୁ ଆଗେଇ ନେବାକୁ ସାଂସଦ ପ୍ରତିନିଧି ବସନ୍ତ ମାଝି ଆହ୍ୱାନ ଦେଇଥିଲେ ଏହି ଅବସରରେ ବରିଷ୍ଠ ନେତା ସୁକୃ ନାୟକସୁବଲ ବାଗଲୋଚନ କଟା ଲକ୍ଷ୍ମଣ ମାଝିବାବୁଲାଲ ଜଗତ ଅଭି ପାଣ୍ଡେନବୀନ ଦାସ ଶ୍ୟାମ ମାଝିକାର୍ତ୍ତିକ ମାଳିରାଜମନ ଗୌଡ଼କୁଞ୍ଜ ଭୈସାଲ ପ୍ରମୁଖ କର୍ମୀ ଏବଂ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ