ପ୍ରମୂଖ ଖବର
  • ନିଜ ଉପରେ ଭରସା ରଖିପାରୁ ନାହାନ୍ତି ପାକିସ୍ତାନୀ ନେତା…ସଂସଦରେ କାନ୍ଦିଲେ ସାହବାଜଙ୍କ ଦଳର ସାଂସଦ… କହିଲେ ‘ହେ ଆଲ୍ଲା ଆମକୁ ରକ୍ଷା କର’…
  • ||
  • ‘ପାକିସ୍ତାନକୁ ରକ୍ଷା କରିବାକୁ ହେଲେ ଅସୀମ ମୁନିରଙ୍କୁ ହଟାଅ!’, ସେ ଜଣେ ପାଗଳ’, ନିଜ ଦେଶର ସେନାକୁ ପୂର୍ବତନ ସୈନିକଙ୍କ ସମାଲୋଚନା…
  • ||
  • ଜମି ବଦଳରେ ଚାକିରି ମାମଲାରେ ବଢିଲା ଲାଲୁ ଯାଦବଙ୍କ ଅଡୁଆ, ମାମଲା ଚାଲୁ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ…
  • ||
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ପୁଣି ଭାରତ ଉପରେ ଆକ୍ରମଣ କଲା ପାକିସ୍ତାନ, ସବୁ ମିସାଇଲକୁ ନିଷ୍କ୍ରିୟ କଲା ଡିଫେନ୍ସ ସିଷ୍ଟମ

Published By : Prameya | May 8, 2025 9:09 PM

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଶୀର୍ଷ ସ୍ତରରେ। ଗୁରୁବାର ରାତିରେ ଜମ୍ମୁର ଅନେକ ଅଞ୍ଚଳରେ ସାଇରନ୍ ବାଜିବା ଓ ପୁଣି ଧମକା ଶବ୍ଦ ଶୁଣିବାକୁ ମିଳିଛି। ସୂତ୍ରାନୁସାରେ , ପାକିସ୍ତାନ ପକ୍ଷରୁ ଜମ୍ମୁରେ ୮ଟି ମିସାଇଲ ମାଡ଼ କରାଯାଇଛି। ହେଲେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ସବୁ ମିସାଇଲକୁ ଏୟାରରେ ହିଁ ମାରି ଖସାଇ ଦେଇଛି। ହମଲା ହେବା କ୍ଷଣି ପୂରା ଜମ୍ମୁରେ ସାଇରନ ବାଜିବାକୁ ଲାଗିଛି , ଯେଉଁଥି ପାଇଁ ଲୋକେ ଭୟଭୀତ ହୋଇ ଯାଇଛନ୍ତି। ତୁରନ୍ତ ପୂରା ଅଞ୍ଚଳରେ ବ୍ଲାକଆଉଟ୍ କରିଦିଆ ଯାଇଛି। ଜମ୍ମୁ ବ୍ୟତୀତ , ପଠାନକୋଟ୍ ଏୟାରବେସ୍‌ରେ ମଧ୍ୟ ସାଇରନ୍‌ ବାଜିଛି। 

ହମଲା ପରେ ଜମ୍ମୁ ଏୟାରପୋର୍ଟରେ ଭାରତର ଫାଇଟର ବିମାନ ଗୁଡ଼ିକ ଉଡ଼ାଣ ଭରିଛନ୍ତି। ଜମ୍ମୁ ୟୁନିଭର୍ସିଟି ନିକଟରେ ଦୁଇଟି ଡ୍ରୋନ୍‌କୁ ଖସା ଯାଇଛି। ଆରଏସପୁରା , ଅରନିଆ , ସାମ୍ୱାରେ ମଧ୍ୟ ପାକିସ୍ତାନୀ ମିସାଇଲକୁ ଆଣ୍ଟି ଡ୍ରୋନ୍‌ ସିଷ୍ଟମ ମାରି ଖସାଇ ଦେଇଛି। ଏହା ବ୍ୟତୀତ ପଠାନକୋଟ୍‌ ଏୟାରବେସ୍‌ରେ ମଧ୍ୟ ହୋଇଥିବା ଡ୍ରୋନ୍‌ ହମଲାକୁ ଭାରତ ବିଫଳ କରି ଦେଇଛି । ଏଠାରେ ମଧ୍ୟ ବ୍ଲାଟଆଉଟ୍ କରିଦିଆ ଯାଇଛି।

ଧମାକା ଶବ୍ଦ ଶୁଣି ଦୋକାନୀମାନେ ଓ ଲୋକେ ନିଜ ନିଜର ଘରୁ ବାହାରି ଦୌଡ଼ିବା ନଜର ଆସିଛି। ରୟଟର୍ସ ଅନୁସାରେ, କିଛି ଲୋକେ ବିସ୍ଫୋରଣ ପୂର୍ବରୁ ଆକାଶରେ ନାଲି ରଙ୍ଗର ଲାଇଟ୍‌ ଓ ପ୍ରୋଜେକ୍ଟାଇଲ ମଧ୍ୟ ଦେଖିଛନ୍ତି। ଜଣେ ଏକ୍ସ ୟୁଜର ଜମ୍ମୁରେ ବ୍ଲାକଆଉଟ୍‌ର ଫଟୋ ଓ ଭିଡ଼ିଓ ସେୟାର କରି ଲେଖିଛନ୍ତି , ଜମ୍ମୁରେ ଆମର ଘରର ଉପରେ ମିସାଇଲ ଉଡ଼ୁଛି। ଏହା କୌଣସି ଗୁଜବ ନୁହେଁ , ମୁଁ ନିଜେ ଦେଖୁଛି ଏବଂ ରେକର୍ଡ କରୁଛି।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଭାରତ ଉତ୍ତର ଓ ଦକ୍ଷିଣ କ୍ଷେତ୍ରରେ ୧୫ଟି ସ୍ଥାନ ଉପରେ ଡ୍ରୋନ୍‌ ଓ ମିସାଇଲରେ ସାମରିକ ସ୍ଥଳରେ ହମଲା କରିବାକୁ ପାକିସ୍ତାନର ପ୍ରୟାସକୁ ବିଫଳ କରି ଦେଇଥିଲା ଏବଂ ଲାହୋରରେ ଏକ ପାକିସ୍ତାନୀ ବାୟୁ ପ୍ରତିରକ୍ଷା ସିଷ୍ଟମକୁ  ମଧ୍ୟ ନଷ୍ଟ କରିଥିଲା । ପାକିସ୍ତାନ ଦ୍ୱାରା କରାଯାଇ ଥିବା ଚେଷ୍ଟା, ବୁଧବାର ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଅପରେସନ ସିନ୍ଦୂର ଅନୁସାରେ, ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଓ ପାକିସ୍ତାରେ ୯ ଆତଙ୍କୀ ସ୍ଥାନ ଉପରେ ମିସାଇଲ ହମଲା ପରେ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଦୋହରାଇଛନ୍ତି ଯେ , ଭାରତରେ ସେନା ସ୍ଥଳରେ କୌଣସି ବି ହମଲା ପାଇଁ ଉଚିତ୍‌ ପ୍ରତିକ୍ରିୟା ମିଳିବ। ବିଦେଶ ସଚିବ ବିକ୍ରମ ମିସରୀ କହିଛନ୍ତି ଯେ, ଉତ୍ତେଜନା ହ୍ରାସ କରିବାର ବିକଳ୍ପ ପାକିସ୍ତାନ ନିକଟରେ ଅଛି ,କାରଣ ସେ ପହଲଗାମ ଆତଙ୍କୀ ହମଲାରେ ସ୍ଥିତିକୁ ବଢାଇଛି ଏବଂ ଭାରତ କେବଳ ଅପରେସନ ସିନ୍ଦୂର ମାଧ୍ୟମରେ ଏହାର ଜବାବ ଦେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.