ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିସ୍ଫୋରଣ ସ୍ଥାନ ପାଖରୁ ମିଳିଲା ଧଳା ପାଉଡ଼ର , ବ୍ୟାଟେରୀ ଓ ତାର : ଥାନା ଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ

Published By : Prameya | October 20, 2024 9:15 PM

ନୂଆଦିଲ୍ଲୀ : ଦିଲ୍ଲୀରେ ରୋହିଣୀ ସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ସିଆରପିଏଫ୍‌ ସ୍କୁଲ ପାଖରେ ରବିବାର ସକାଳେ ହୋଇଥିବା ଜୋରଦାର ବିସ୍ଫୋରଣ ପରେ, ରାଷ୍ଟ୍ରୀୟ ରାଜଧାନୀରେ ସୁରକ୍ଷାକୁ କଡ଼ାକଡ଼ି କରି ଦିଆ ଯାଇଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି କି , ଦିୱାଲୀର ଉତ୍ସବ ହୋଇଥିବା କାରଣରୁ ଦିଲ୍ଲୀ ପୁଲିସ ପ୍ରଥମରୁ ହାଇ ଆଲର୍ଟରେ। ଏବେ ଘଟଣା ସ୍ଥଳର ଆଖପାଖର ପୁଲିସ ଥାନାକୁ ସ୍ୱତନ୍ତ୍ର ସତର୍କତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ଏହାସହ ପୁଲିସ ଥାନାକୁ ଆଲର୍ଟ ଜାରି କରି ଦିଆ ଯାଇଛି। ଦିଲ୍ଲୀ ପୁଲିସର ବୋମା ନିରୋଧକ ଟିମ୍‌ ଆଖପାଖ ଅଞ୍ଚଳର ଯାଞ୍ଚ କରୁଛନ୍ତି। 

ପିଟିଆଇ-ଭାଷାର ରିପୋର୍ଟ ଅନୁସାରେ, ଘଟଣା ସ୍ଥଳରେ ଛାନଭିନ୍‌ କରୁଥିବା ଫରେନ୍ସିକ୍‌ ଏକ୍ସପର୍ଟ ଘଟଣାସ୍ଥଳରୁ ସଦିଗ୍ଧ ଧଳା ପାଉଡର ଜବତ କରିଛନ୍ତି। ପୁଲିସ ଅଧିକାରୀଙ୍କ ଅନୁସାରେ ବିସ୍ଫୋଟକ କାରଣ ଦେଶୀ ବୋମା ମଧ୍ୟ ହୋଇପାରେ। ବିସ୍ଫୋରଣର ସ୍ଥାନରୁ ମାଟିର ନମୂନା ମଧ୍ୟ ସଂଗ୍ରହ କରାଯାଇଛି। ତାକୁ ଘଟଣାସ୍ଥଳର ଯାଞ୍ଚ ପାଇଁ ଲ୍ୟାବ୍‌ ପଠାଯାଇଛି। 

ସେଠାରେ ଏଏନଆଇର ରିପୋର୍ଟ ମୁତାବିକ , ଏନଏସଜି ଅଧିକାରୀଙ୍କୁ ବିସ୍ଫୋରଣ ସ୍ଥାନ ପାଖରୁ ଏକ ବ୍ୟାଟେରୀ ଓ ତାର ମିଳିଛି। ହେଲେ ଏହା ସ୍ପଷ୍ଟ ହୋଇ ନାହିଁ କି, ଏହା ପୂର୍ବରୁ ଥିଲା ନା ଘଟଣା ସହ ଏହାର କିଛି ସଂପୃକ୍ତି ରହିଛି। ସୂତ୍ରାନୁସାରେ, ଏଫଏସଏଲ, ସିଆରପିଏଫ ଓ ଏନଏସଜିର ଆନାଲିସିସ୍‌ ପରେ ବିସ୍ଫୋରଣରେ ବ୍ୟବହୃତ କରାଯାଇ ଥିବା କେମିକାଲର ସ୍ପଷ୍ଟ କରାଯିବ। ଘଟଣାସ୍ଥଳରେ ଥିବା ଅଧିକାରୀମାନେ କହିଛନ୍ତି କି, ବିସ୍ଫୋରଣର ତୁରନ୍ତ ପରେ ଗନ୍ଧ ଆମୋନିଆ ଓ ଫସଫେଟ୍‌ ଭଳି ଥିଲା। 

ଦିଲ୍ଲୀ ପୁଲିସ , ଏନଆଇଏ ଓ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (ଏନଏସଜି) ଦ୍ୱାରା ବିସ୍ଫୋରଣର ଗହନ ଯାଞ୍ଚ କରାଯାଇଛି। ଏଜେନ୍ସି ମାନେ ଖୁବ୍‌ ଶୀଘ୍ର ଘଟଣା ସମ୍ୱନ୍ଧରେ ଗୃହ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ପ୍ରଦାନ କରିବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.