ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଅଜଣା ଗାଡି ଧକ୍କାରେ ଚାଲିଗଲା ଅନ୍ଧ ବ୍ୟକ୍ତିଙ୍କ ଜୀବନ, ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

Published By : Harapriya Sethi | November 16, 2024 8:03 AM

ବୌଦ୍ଧ,୧୬/୧୧: ଅଜଣା ଗାଡ଼ି ଧକ୍କାରେ ଜଣେ ଅନ୍ଧ ବ୍ୟକ୍ତିଙ୍କ ମୃତ୍ୟୁ । ବ୍ୟକ୍ତିଙ୍କୁ ଧକ୍କା ଦେଇ ଫେରାର ମାରିଲା ଗାଡ଼ି । ମୃତକ ସରସରା ଗ୍ରାମର ସୁମନ୍ତ ମହାକୁଡ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଉତ୍ୟକ୍ତ ହୋଇ ୫୭ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଲେ ଗ୍ରାମବାସୀ ।  ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ସରସରା ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । 

ସୂଚନା ମୁତାବକ, ଅନ୍ଧ ବ୍ୟକ୍ତି ଜଣକ ରାସ୍ତାରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବ୍ୟକ୍ତି ଜଣକ ଗୁରୁତର ହୋଇ ପଡି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଥିଲା । ସେଠାରେ ପହଞ୍ଚି ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା ପୋଲିସ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଧକ୍କା କରି ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଥିଲା । ଏହି ଘଟଣାକୁ ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇ ଉଠିଥିଲେ । ରାସ୍ତାରେ ମୃତ ବ୍ୟକ୍ତିଙ୍କ ଶବ ରଖି ୫୭ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଲେ ଗ୍ରାମବାସୀ । ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ବୁଝାସୁଝା କରି ଘଟଣାର ତଦନ୍ତ ଚଳାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.