ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦୃଷ୍ଟିହୀନ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ! ମାମଲା ରୁଜୁ କରି ପୁଲିସ୍‌ ତନାଘନା

Published By : Prameya | October 6, 2024 10:13 AM

ଭୁବନେଶ୍ୱର,୦୬/୧୦: ଖାରବେଳନଗର ଥାନା ଅଞ୍ଚଳରେ ଘଟିଛି ସାଂଘାତିକ ଘଟଣା । ଜଣେ ଦୃଷ୍ଟିହୀନ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଅକଥନୀୟ ନିର୍ଯାତନା  ଦିଆଯାଇଥିବା ନେଇ ଥାନାରେ  ଅଭିଯୋଗ ହୋଇଛି । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । 

ଜଗତସିଂହପୁର ଅଞ୍ଚଳର ମିଲି  (ଛଦ୍ମନାମ, ୩୧ ବର୍ଷ) ୨୦୨୦ରେ ଦୃଷ୍ଟିହୀନ ସଂଘରେ ତାଲିମ ନେଉଥିଲେ । ସ୍ୱାମୀ ସଂଘର ଜଣେ ସାଧାରଣ ସଭ୍ୟ ହୋଇଥିବାରୁ ସେ ସେଠାରେ ରହୁଛନ୍ତି । ରହିବା ଦିନ ଠାରୁ ଉକ୍ତ ସଂଘର ନିଲମ୍ବିତ କର୍ମଚାରୀ ଜ୍ୟୋତି ରଞ୍ଜନ ଦାସ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ । ଏମିତିକି ଏକାକୀ ଥିଲାବେଳେ ତାଙ୍କୁ ଯୌନ ନିର୍ଯାତନା ବି ଦେଉଥିଲେ ।  

ଗତ ୧ ତାରିଖ ରାତି ୯ଟା ବେଳେ  ମିଲି ସ୍ୱାମୀଙ୍କ ପାଖରେ ଶୋଇଥିଲାବେଳ  ଅଭିଯୁକ୍ତ ଜ୍ୟୋତି ତାଙ୍କୁ ଦୁଷ୍କର୍ମ ଉଦ୍ୟମ  କରିଥିଲେ । ମିଲି ପ୍ରତିବାଦ କରିବାରୁ ତାଙ୍କ  ଚୁଟି ଘୋଷାଡି ମାଡ଼ ମାରିଥିଲେ । ଏନେଇ ସେ  ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ  କରିଛି । ଥାନାରେ ଅଭିଯୋଗ କରିବା ପରେ ମିଲିଙ୍କ  ପାଇଁ ଅଡୁଆ ବଢ଼ିଛି । ତାଙ୍କୁ ସେଠାରୁ ବାହାର  କରିଦେବା ପାଇଁ କିଛି ବ୍ୟକ୍ତି ଯୋଜନା କରୁଥିବା  ସେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ୍‌ କହିଛି,  ଅଭିଯୋଗ ପରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଚାଲିଛି । ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.