ମୁମ୍ବାଇ,୬।୬:  ଇଣ୍ଟରନେଟ୍ ଦୁନିଆରେ କେତେବେଳେ କ’ଣ ଦେଖିବାକୁ ମିଳିଯିବ, କେହି ଜାଣିପାରିବେନି। ଆଜିକାଲି, କ୍ବିକ୍-କମର୍ସ ଆପ୍ ୧୦ ମିନିଟ୍ ମଧ୍ୟରେ ଘରେ ଘରେ ରାସନ୍, ପନିପରିବା ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପହଞ୍ଚାଉଛନ୍ତି। କିନ୍ତୁ, ମୁମ୍ବାଇର ଏକ ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଭାଇରାଲ ଭିଡିଓରେ, ଜଣେ ବ୍ଲିଙ୍କିଟ୍ ଡେଲିଭରି ବୟ ରାସ୍ତା ମଝିରେ ଏକ ଲମ୍ବା ସାପକୁ ଧରି ନିଜ ଡେଲିଭରି ବ୍ୟାଗ ଭିତରେ ରଖୁଥିବାର ଦେଖାଯାଉଛି। ଏହି ଦୃଶ୍ୟ ନେଟିଜେନମାନଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ସୋସିଆଲ ମିଡିଆ ମିମ୍ସରେ ଭରି ଯାଇଛି।

ଭାଇରାଲ ହେଉଥିବା ଏହି ଭିଡିଓ ଖୁବ୍ ଚକିତ କରିଦେବା ଭଳି ରହିଛି। ଭିଡିଓରେ ମୁମ୍ବାଇର ଚକଚକିଆ ସଡକରେ ବ୍ଲିଙ୍କିଟ୍ର ହଳଦିଆ ଟି-ସାର୍ଟ ପିନ୍ଧିଥିବା ଡେଲିଭରି ବୟ ଠିଆ ହୋଇଛନ୍ତି। ସଡକରେ ତାଙ୍କ ହଳଦିଆ ଡେଲିଭରି ବ୍ୟାଙ୍ଗ ଖୋଲା ରହିଛି। ଡେଲିଭରି ବୟ ଜଣକ ବିନା ଭୟରେ, ଅତି ଆରାମରେ ଲମ୍ବା ସାପକୁ ତା’ର ମୁଣ୍ଡ ପଟୁ ଧରି ସିଧା ନିଜର ବ୍ଲିଙ୍କିଟ୍ ବ୍ୟାଗରେ ଭର୍ତ୍ତି କରିଦେଉଛନ୍ତି। ଭିଡିଓରେ ଲେଖା ହୋଇଛି ମୁମ୍ବାଇରେ କ’ଣ ଚାଲିଛି ? ବା"What's going on in mumbai"

ଯେତେବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା, ୟୁଜର ବି ଖୁବ୍ ମଜାଳିଆ କମେଣ୍ଟ ସହ ମିମ୍ସ ସେୟାର କରିଥିଲେ। ମଜାଳିଆ ଢଙ୍ଗରେ ୟୁଜର କହିଛନ୍ତି, ‘ଭାଇ ସ୍ନାକ୍ସ ଅର୍ଡର କରିଥିଲି, ସ୍ନେକ୍ ନୁହେଁ।’ ଏବେ ବ୍ଲିଙ୍କିଟ୍ ସାପ କେବେଠୁ ବିକ୍ରି କରିବା କିମ୍ବା ଡେଲିଭରି କରିବା କାମ ଆରମ୍ଭ କଲାଣି ? ତେବେ ଭିଡିଓ ପଛର କାହାଣୀ ଖୁବ୍ ଅଲଗା, ଯାହାକି ଖୁବ୍ ପ୍ରଶଂସନୀୟ। ତେବେ ଡେଲିଭରି ବୟ ଜଣକ ସାପ ବିକ୍ରି କରିବା କିମ୍ବା ଡେଲିଭରିର କାମ କରୁନଥିଲେ। ରାସ୍ତାରେ ସାପ କେଉଁଠୁ ଆସିଯାଇଥିଲା, ଯାହାଫଳରେ ସେଠାରେ ଯାଉଥିବା ଲୋକ କିମ୍ବା ଗାଡିଠାରୁ ତାକୁ ବିପଦ ଥିଲା। ତେଣୁ ଡେଲିଭରି ବୟ ଜଣକ ସାପର ଜୀବନ ବଞ୍ଚାଇବା ପାଇଁ ତାକୁ ନିଜ ବ୍ୟାଗ୍ ଭିତରେ ଭରି କରି ରେସକ୍ୟୁ କରିଥିଲେ, ଯାହାଫଳରେ ତାକୁ ପରେ ସୁରକ୍ଷିତ ଭାବରେ ଜଙ୍ଗଲରେ ଛାଡିହେବ।