ନୂଆଦିଲ୍ଲୀ, ୨୨।୬: ଯଦି କୌଣସି କମ୍ପାନୀ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛି, ତେବେ ସେଠାରେ ହଜାର ହଜାର କର୍ମଚାରୀ କାମ କରିବା ସାଧାରଣ କଥା । ଆପଣ ଗୁଗଲ୍, ମେଟା କିମ୍ବା ଆମାଜନ ଭଳି ବଡ଼ ବଡ଼ ଟେକ୍ କମ୍ପାନୀଗୁଡ଼ିକୁ କଥା ଜାଣିଥିଲେ । ସେଠାରେ ଲକ୍ଷ ଲକ୍ଷ କର୍ମଚାରୀ କାମ କରୁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଆପ୍ଲିକେସନ ଚଲାଉଥିବା କମ୍ପାନୀ ବିଷୟରେ କହିବୁ, ଯାହାର ସାମ୍ରାଜ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ କହୁଛୁ ପ୍ରସିଦ୍ଧ ମେସେଜିଂ ଆପ୍ 'ଟେଲିଗ୍ରାମ୍' କଥା । ସାରା ବିଶ୍ୱରେ ଏହାର ୧୦୦ କୋଟିରୁ ଅଧିକ ଆକ୍ଟିଭ୍ ୟୁଜର୍ସ ଅଛନ୍ତି, କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି କମ୍ପାନୀ ପାଖରେ କୌଣସି ବଡ଼ ଏଚ୍ଆର୍ ଟିମ୍ ନାହିଁ କି କୌଣସି ବଡ଼ ମ୍ୟାନେଜମେଣ୍ଟ ନାହିଁ । ମାତ୍ର ୩୦ ଜଣ କର୍ମଚାରୀଙ୍କୁ ନେଇ ଚାଲୁଛି ୩୦ ଅରବ ଡଲାରର ଏହି ମେଗା ପ୍ଲାଟଫର୍ମ !

ଏତେ ବଡ଼ ସାମ୍ରାଜ୍ୟ କେମିତି ଚାଲେ ? କେଉଁଠୁ ଆସେ ଟେଲିଗ୍ରାମର କୋଟି କୋଟି ଟଙ୍କାର ରୋଜଗାର ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ । ଟେଲିଗ୍ରାମର ପ୍ରତିଷ୍ଠାତା ପାଭେଲ୍ ଦୁରୋଭ୍ ଅନେକ ସମୟରେ କହିଛନ୍ତି ଯେ, ସେ ପାରମ୍ପରିକ ଶୈଳୀର କମ୍ପାନୀ ଭଳି କାମ କରନ୍ତି ନାହିଁ । କମ୍ପାନୀରେ କୌଣସି ଏଚ୍ ଆର୍ ବିଭାଗ ନାହିଁ । ଏଠି ସବୁଠୁ ବଡ଼ ପ୍ରଶ୍ନ ବିନା ହ୍ୟୁମାନ ରିସୋର୍ସରେ କେମିତି ହୁଏ ନିଯୁକ୍ତି ? ଯେତେବେଳେ କମ୍ପାନୀରେ ନୂଆ କର୍ମଚାରୀର ଆବଶ୍ୟକତା ପଡ଼େ, ସେତେବେଳେ କୌଣସି ଲମ୍ବା ଚଉଡ଼ା ଇଣ୍ଟରଭ୍ୟୁ ହୁଏ ନାହିଁ, ବରଂ ଅନଲାଇନ୍ ପ୍ରତିଯୋଗିତା ଏବଂ କୋଡିଂ ଚ୍ୟାଲେଞ୍ଜ ମାଧ୍ୟମରେ ସିଧାସଳଖ ଯୋଗ୍ୟ ଇଞ୍ଜିନିୟରମାନଙ୍କୁ ବଛାଯାଏ । ଟିମ୍ ଛୋଟ ଥିବାରୁ ଏଠାରେ ଯେକୌଣସି ବଡ଼ ନିଷ୍ପତ୍ତି ଖୁବ୍‌ଶୀଘ୍ର ନିଆଯାଇଥାଏ । ଏବେ ଆଉ ଏକ ପ୍ରଶ୍ନ ହେଉଛି, ମାତ୍ର ୩୦ଜଣ ଲୋକ ୧୦୦ କୋଟି ୟୁଜର୍ସଙ୍କୁ କେମିତି ସମ୍ଭାଳୁଛନ୍ତି ? ଏହାର ଉତ୍ତର ହେଉଛି ଅଟୋମେସନ୍ ଏବଂ ରିମୋଟ୍ ୱର୍କ କଲ୍‌ଚର୍‌ । ଟେଲିଗ୍ରାମର ଅଧିକାଂଶ ବ୍ୟାକେଣ୍ଡ ପ୍ରକ୍ରିୟା, ମନିଟରିଂ ସିଷ୍ଟମ ଏବଂ ସପୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଅଟୋମେଟେଡ୍, ଯାହାଫଳରେ କମ୍ କର୍ମଚାରୀଙ୍କ ସହ ମଧ୍ୟ ପ୍ଲାଟଫର୍ମଟି ସୁରୁଖୁରୁରେ ଚାଲିପାରୁଛି ।

ଏହା ବି ପଢ଼ନ୍ତୁ... US-Iran-peace-deal: ଫେରସ୍ତ ମିଳିବ ଫ୍ରିଜ୍ ଫଣ୍ଡ, ଲେବାନନରେ ବନ୍ଦ ହେବ ଇସ୍ରାଏଲ୍ ଆକ୍ରମଣ; ଆମେରିକା-ଇରାନ ମଧ୍ୟରେ ବଡ଼ ଚୁକ୍ତି    

ପୂର୍ବରୁ ଟେଲିଗ୍ରାମ୍ କେବଳ ଏହାର ପ୍ରତିଷ୍ଠାତାଙ୍କ ପାଣ୍ଠିରେ ଚାଲୁଥିଲା । କିନ୍ତୁ, ଏବେ କମ୍ପାନୀର ଆୟର ବଡ଼ ମାଧ୍ୟମ ରହିଛି । ଯେଉଁଠାରେ ୟୁଜର୍ସଙ୍କୁ ବଡ଼ ଫାଇଲ୍ ଅପଲୋଡ୍ ଏବଂ ସୁପର-ଫାଷ୍ଟ ଡାଉନଲୋଡ୍ ସ୍ପିଡ୍ ଭଳି ଏକ୍ସକ୍ଲୁସିଭ୍ ଫିଚର୍ସ ମିଳିଥାଏ । କେବଳ ପବ୍ଲିକ୍ ଚ୍ୟାନେଲଗୁଡ଼ିକରେ କମ୍ପାନୀ ବିଜ୍ଞାପନ ଦେଖାଇଥାଏ, ପ୍ରାଇଭେଟ୍ ଚାଟ୍‌ରେ କୌଣସି ଆଡ୍ସ ଆସେନାହିଁ । କ୍ରିପ୍ଟୋ ଏବଂ ବ୍ଲକଚେନ୍ ଇକୋସିଷ୍ଟମ ଜରିଆରେ ମଧ୍ୟ କମ୍ପାନୀ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛି । ଏହି ସ୍ମାର୍ଟ ମଡେଲ୍ ଯୋଗୁଁ ହିଁ, ୨୦୨୪ ମସିହାରେ ଟେଲିଗ୍ରାମ୍ ପ୍ରାୟ ୫୪୭ ମିଲିୟନ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ପ୍ରାୟ ୪୫୦୦ କୋଟିରୁ ଅଧିକ ଟଙ୍କାର ଲାଭ କରିଛି । ତେବେ ଟେଲିଗ୍ରାମର ଏହି ମଡେଲ୍ ସାରା ବିଶ୍ୱକୁ ଦେଖାଇଛି ଯେ, ଯଦି ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ସଠିକ୍ ଅଟୋମେସନର ବ୍ୟବହାର କରାଯାଏ, ତେବେ ଏକ ଛୋଟ ଟିମ୍ ବି ବିଶ୍ୱବ୍ୟାପୀ ସାମ୍ରାଜ୍ୟ ଗଢ଼ିପାରିବ । କିନ୍ତୁ ଏହା ସହିତ ଆଇନଗତ ନିୟମ ପାଳନ କରିବା କ୍ଷେତ୍ରରେ ଏହି ୩୦ ଜଣିଆ ଟିମ୍ ଉପରେ ଚାପ ମଧ୍ୟ ବଢ଼ୁଛି, ଯାହା କମ୍ପାନୀ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ।