ପ୍ରମୂଖ ଖବର
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଜଳସେଚନ ପାଇଁ ଚାଷୀଙ୍କ ରାସ୍ତା ଅବରୋଧ, ଉପ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ପ୍ରତ୍ୟାହାର

Published By : Gurupada Nath | November 21, 2024 4:49 PM

ଧର୍ମଗଡ, ୨୧/୧୧ : ଧର୍ମଗଡ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଆଜି ରବି ଚାଷ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଧର୍ମଗଡ ଉପଖଣ୍ଡ ଅଞ୍ଚଳର ଚାଷୀଙ୍କୁ ଜଳସେଚନ ପାଇଁ ଧର୍ମଗଡଠାରେ ରାସ୍ତା ଅବରୋଧ କରିବା ସହ ପ୍ରତିବାଦ କରାଯାଇଛି । ଇନ୍ଦ୍ରାବତୀ ଜଳଭଣ୍ଡାରରେ ଚଳିତ ବର୍ଷ ଜଳସ୍ତର କମ ରହିଥିବା ଦର୍ଶାଇ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ବିଭାଗୀୟ ଅଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି । ଏହାକୁ ପ୍ରତିବାଦ କରି ଚାଷୀ ସଙ୍ଗଠନ ପକ୍ଷରୁ ଧର୍ମଗଡ ଚାରିଛକ ନିକଟରେ ଆନ୍ଦୋଳନ କାରୀ ଚାଷୀ ନେତା ଓ ବିଭିନ୍ନ ଦଳୀୟ କର୍ମକର୍ତ୍ତା ମାନେ ଶତାଧିକ ଚାଷୀ ଙ୍କ ସହ ଆନ୍ଦୋଳନ କରିଥିଲେ । ତେବେ ପରେ ଘଟଣାସ୍ଥଳରେ ଧର୍ମଗଡ ଉପ ଜିଲ୍ଲାପାଳ ଆସି ଚାଷୀ ନେତା ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିବା ସହ ଜଳସେଚନ ନେଇ ବିଚାର ବିମର୍ଷ ଚାଲିଛି ଓ କିଛିଦିନ ସମୟ ମାଗିଥିଲେ ପରେ ରାସ୍ତା ଅବରୋଧ ହଟିଥିବା ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.