ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଇତିହାସ ରଚିଲେ କେଟୀ ପେରୀଙ୍କ ସମେତ ୬ ମହିଳା, ୧୧ ମିନିଟ୍‌ର ଥିଲା ମହାକାଶ ଯାତ୍ରା

Published By : Anindita Ratha | April 15, 2025 9:00 AM

ନୂଆଦିଲ୍ଲୀ, ୧୫/ ୦୪ : ମହାକାଶ ଯାତ୍ରାରୁ ଫେରିଲେ ଲୋକପ୍ରିୟ ହଲିଉଡ୍‌ ଗାୟିକା କେଟି ପେରୀ ଓ ଆମେରିକୀୟ ଅରବପତି ଜେବ୍‌ ବେଜୋସଙ୍କ ଭାବୀ ପତ୍ନୀ ଲରେନ୍‌ ସାଂଚେଜ୍‌ । ଉଭୟଙ୍କ ସହ ଆଉ ୪ ଜଣ ମହିଳା ମଧ୍ୟ ମହାକାଶ ଯାତ୍ରା କରିଛନ୍ତି । ସେମାନେ ହେଲେ ଟିଭି ପ୍ରେଜେଣ୍ଟର୍‌ ଗେଲ କିଙ୍ଗ, ମାନବାଧିକାର କର୍ମକର୍ତ୍ତା ଅମାଣ୍ଡା ଗୁୟେନ, ଫିଲ୍ମମେକର୍‌ କେରିନ୍‌ ଫ୍ଲିନ୍‌ ଓ ନାସାର ପୂର୍ବ ରକେଟ୍‌ ସାଇଣ୍ଟିଷ୍ଟ୍‌ ଆଇଶା ବୋୱେ । ୧୯୬୩ ପରେ ମହାକାଶକୁ ଯାତ୍ରା କରିଥିବା ଏହା ପ୍ରଥମ ଅଲ୍‌ ୱିମେନ୍‌ କ୍ରୁ । ଅର୍ଥାତ୍‌ ସମସ୍ତ ମହିଳା ଏହି ମିଶନରେ ମହାକାଶକୁ ଯାତ୍ରା କରିଛନ୍ତି ।

 ୧୯୬୩ରେ ରୁଷ୍‌ ଇଞ୍ଜିନିୟର ଭାଲେଣ୍ଟିନା ତେରେସ୍କୋଭା ଏକାକୀ ମହାକାଶ ଯାତ୍ରା କରିଥିଲେ । ଜେଫ୍‌ ବେଜୋସଙ୍କ ବ୍ଲୁ ଅରିଜିନ୍‌ କମ୍ପାନିର ରକେଟ୍‌ ସୋମବାର ଏହି ୬ ଜଣ ମହିଳାଙ୍କୁ ନେଇ ମହାକାଶ ଯାତ୍ରା କରିଥିଲା । ଏହି ଯାତ୍ରା ୧୧ ମିନିଟ୍‌ର ଥିଲା । ୱେଷ୍ଟ୍‌ ଟେକ୍ସାସରୁ ବ୍ଲୁ ଅରିଜିନ୍‌ର ନ୍ୟୁ ଶେପର୍ଡ ମହାକାଶଯାନରେ ଏମାନେ ମହାକାଶ ଯାତ୍ରା କରିଥିଲେ । ମହାକାଶଯାନର ଉତ୍‌କ୍ଷେପଣ ସମୟରେ ଉପସ୍ଥିତ ଲୋକେ ୬ ମହାକାଶଯାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ମହାକାଶରେ କ୍ୟାପ୍‌ସୁଲ ପହଞ୍ଚିବା ପରେ କେଟି ପେରୀ ଗୀତ ଗାଇଲେ । ମହାକାଶରେ ସେମାନେ ପ୍ରଥମ ଥର ଶୂନ୍ୟ ମାଧ୍ୟାକର୍ଷଣ ଅନୁଭବ କଲେ । ତା’ପରେ ସଙ୍ଗେ ସଙ୍ଗେ କ୍ୟାପ୍‌ସୁଲ ପୃଥିବୀକୁ ଫେରିଲା । ଉତ୍‌କ୍ଷେପଣର ୧୦ ମିନିଟ୍‌ ପରେ ଟେକ୍ସାସରେ କ୍ୟାପ୍‌ସୁଲ ଅବତରଣ କଲା । ଝରକା ମଧ୍ୟଦେଇ ୬ ଯାତ୍ରୀ ହାତ ହଲାଇଲେ । 

ସେମାନଙ୍କୁ ଆଣିବା ପାଇଁ ରିକଭରୀ କ୍ରୁ ସେଠାରେ ପହଞ୍ଚିଲା । କ୍ୟାପ୍‌ସୁଲର ଦ୍ୱାର ଖୋଲିବାକୁ ମହିଳା ଟିମ୍‌ ଅପେକ୍ଷା କରି ରହିଥିଲେ । ରିକଭରୀ କ୍ରୁ ପାଖରେ ବ୍ଲୁ ଅରିଜିନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ ଦ୍ୱାର ଖୋଲିବାକୁ ଅପେକ୍ଷା କରି ଠିଆ ହୋଇଥିଲେ । ବେଜୋସ କ୍ୟାପ୍‌ସୁଲର ଦ୍ୱାର ଖୋଲିବା ପରେ ତାଙ୍କ ଭାବୀ ପତ୍ନୀ ଲରେନ୍‌ ସାଂଚେଜ ପ୍ରଥମେ ବାହାରକୁ ଆସିଲେ । ବେଜୋସ ତାଙ୍କୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଲେ । ତା’ପରେ ଅନ୍ୟ ଯାତ୍ରୀ ଆସିଲେ । ଗେଲ କିଙ୍ଗ୍‌ ଓ କେଟି ପେରୀ ଭୂମିକୁ ଚୁମ୍ବନ ଦେଲେ ଏବଂ ଏହି ମୁହୂର୍ତ୍ତକୁ ଚମତ୍କାର ବୋଲି କହିଲେ । ଅନ୍ୟ ଯାତ୍ରୀ ମଧ୍ୟ ମହାକାଶ ଯାତ୍ରାର ଚମତ୍କାର ଅନୁଭବକୁ ଗଣମାଧ୍ୟମ ସହ ଶେୟାର କଲେ । ଏହି ମିଶନ୍‌ର ସଦସ୍ୟ ମହାକାଶକୁ ଯିବା ଓ ଫେରିବରେ ମୋଟ୍‌ ୨୧୨ କିମି ଯାତ୍ରା କରିଛନ୍ତି । ବ୍ଲୁ ଅରିଜିନ୍‌ ରକେଟ୍‌ରେ ମହାକାଶକୁ ୧୧ ମିନିଟ୍‌ ଯାତ୍ରାର ମୂଲ୍ୟ ହାରାହାରି ୧.୧୫ କୋଟି ଟଙ୍କା ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.