ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଏକାମ୍ର ପ୍ରକଳ୍ପର ସମୀକ୍ଷାରେ ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶ, ଜମି ଅଧିଗ୍ରହଣ ତୁରନ୍ତ ସାର

Published By : Rasmita Pradhan | November 27, 2024 8:35 AM

ଭୁବନେଶ୍ୱର,୨୭/୧୧ : ଢେର ସମୟ ନେଲଣି । ଜମି ଅଧିଗ୍ରହଣରେ ବିଳମ୍ବ ଆଉ ବରଦାସ୍ତ କରାଯିବନି । ଯେତେ ଶୀଘ୍ର ପାରୁଛ, ଦଖଲକୁ ଜମି ଆଣ । ଏକାମ୍ର ପ୍ରକଳ୍ପ କାମ ତ୍ୱରାନ୍ୱିତ କର । ବିଭାଗୀୟ ସରକାରୀ ଅଧିକାରୀଙ୍କୁ ଏମିତି ତାଗିଦ କରିଛନ୍ତି ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ । 

ମଙ୍ଗଳବାର ବିଏମ୍‌ସି ମୁଖ୍ୟାଳୟରେ କମିଶନରଙ୍କ ଅଧ୍ୟକ୍ଷତାରେ ଏକାମ୍ର ପ୍ରକଳ୍ପର ସମୀକ୍ଷା ବୈଠକ ବସିଥିଲା । ଏଥିରେ ଜିଲ୍ଲା ପ୍ରଶାସନ ଏବଂ ଓବିସିସିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକରେ ଏକାମ୍ର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ସରକାରୀ ଜମି ଅଧିଗ୍ରହଣ ସରିଥିବା ବେଳେ କିଛି ଘରୋଇ ଜମି ଅଧିଗ୍ରହଣ କରିବାକୁ ବାକି ଅଛି । ତେବେ ଏହାକୁ ତୁରନ୍ତ ସାରିବାକୁ କମିଶନର ନିର୍ଦ୍ଦେଶ ଦେଇଥିଲେ । ମୋଟ୍‌ ୪୬ ଏକର ସରକାରୀ ଜମିରେ ଏକାମ୍ର ପ୍ରକଳ୍ପ ନିର୍ମାଣ ଚାଲିଛି । ସେଥିମଧ୍ୟରେ ୨୫ ଏକର ଜମି ବେସରକାରୀ ରହିଛି। ବର୍ତ୍ତମାନ ସୁଦ୍ଧା ୮ ଏକର ବେସରକାରୀ ଜମି ଅଧିଗ୍ରହଣ ସରିଛି। ମନ୍ଥର ପ୍ରକଳ୍ପ କାର୍ଯ୍ୟକୁ ନେଇ କମିଶନର କ୍ଷୋଭ ପ୍ରକାଶ କରିଥିଲେ। ଉପସ୍ଥିତ ଅଧିକାରୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.