ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଆସିବ ଚଳିତ ବର୍ଷର ବିଏମ୍‌ସି ବଜେଟ୍, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନେଇ ହେବ ଆଲୋଚନା

Published By : Prameya | February 28, 2025 9:01 AM

ଭୁବନେଶ୍ୱର,୨୮/୦୨: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର କର୍ପୋରେସନ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ଏହି ବୈଠକରେ ସର୍ବସମ୍ମତ୍ତି  କ୍ରମେ ଚଳିତ ବର୍ଷର ବଜେଟ୍‌ ପାରିତ କରାଯିବ। ଏହା ସହ ବିଏମ୍‌ସିର ଆଗାମୀ ବର୍ଷର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବିଏମ୍‌ସି ପକ୍ଷରୁ ପୂର୍ବ କର୍ପୋରେସନ ବୈଠକରେ ୮୧୧ କୋଟି  ଟଙ୍କାର ଚିଠା ବଜେଟ୍‌ ଉପସ୍ଥାପନ କରାଯାଇଥିଲା । ଏ ସଂକ୍ରାନ୍ତରେ ସମସ୍ତ  କର୍ପୋରେଟରଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଶୁକ୍ରବାର ଚୂଡ଼ାନ୍ତ ବଜେଟ୍‌ ଉପସ୍ଥାପନ ହେବ ।

ଶୁକ୍ରବାର ସକାଳ ୧୦ଟାରେ ଅନୁଷ୍ଠିତ କର୍ପୋରେସନ ବୈଠକରେ ବଜେଟ୍‌ ଉପସ୍ଥାପନ ହେବ । ବିଏମ୍‌ସି ମୋଟ୍‌ ୭୮୪.୯୨  କୋଟି ଟଙ୍କା ବ୍ୟୟ ଲାଗି ଯୋଜନା କରିଛି । ଏଥିରେ ସିଂହଭାଗ ଟଙ୍କା ରାସ୍ତାଘାଟ ମରାମତି, ପରିମଳ, ଡ୍ରେନ୍‌ ପରିଚାଳନା ପାଇଁ ଖର୍ଚ୍ଚ ହେବାକୁ ଯୋଜନା କରାଯାଇଛି । ଏହାଛଡ଼ା ଏଷ୍ଟାବ୍ଲିସ୍‌ମେଣ୍ଟ ପାଇଁ ୧୧୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସେଥିମଧ୍ୟରେ ବିଏମ୍‌ସି କର୍ମଚାରୀଙ୍କ ଦରମା ବାବାଦକୁ ୨୪ କୋଟି, ବିଭିନ୍ନ ସରକାରୀ  ସୁବିଧା ପାଇଁ ୯ କୋଟି, ପେନସନ ପାଇଁ ୧୭ କୋଟି ଟଙ୍କା ଧାର୍ଯ୍ୟ ହୋଇଛି। ମଧୁବାବୁ ପେନସନ ଯୋଜନା ପାଇଁ ୨୫ କୋଟି ବ୍ୟୟ ଅଟକଳ ରଖାଯାଇଛି । ଆହାର ଯୋଜନା ପାଇଁ ୪ କୋଟି ୮୦ ଲକ୍ଷ ଧାର୍ଯ୍ୟ ହୋଇଛି । ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ୨୦୦  କୋଟି ଟଙ୍କା କମ୍‌ ବ୍ୟୟ ଅଟକଳ କରାଯାଇଥିବା ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.