ଭୁବନେଶ୍ବର,୬/୧ : ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଏମସିର କଡ଼ା ପଦକ୍ଷେପ । ହୋଟେଲ, ଢ଼ାବା, ସ୍କୁଲରେ କେହି ବ୍ୟବହାର କରିବେନି ସଲିଡ଼ ଫୁଏଲ । ନିର୍ମାଣଧୀନ ଅଞ୍ଚଳରେ ଲାଗିବ ଗ୍ରୀନ କଭର । କୌଣସି ଅନିୟମିତତା ହେଲେ ବାତିଲ ହେବ ପ୍ଲାନ ଆପ୍ରୁଭାଲ ।
ଇଡ଼କୋ ଏମଡିଙ୍କୁ ଅନୁରୋଧ କରିଛୁ ୨ ରୁ ୩ଥର ରାସ୍ତାରେ ପାଣି ସିଞ୍ଚନ କରିବେ । ଜବରଦଖଲ ଉଛେଦ ସମୟରେ ହେଉଥିବା ପ୍ରଦୂଷଣ ଉପରେ ଗୁରୁତ୍ୱ ଦିଆଯାଇଛି । ଲିଙ୍ଗରଜ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଅଧିକ ଥିବାରୁ ବସଷ୍ଟାଣ୍ଡ, ରାସ୍ତାରେ ନିୟମିତ ପାଣି ସିଞ୍ଚନ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଏମସି କମିଶନର ଚଞ୍ଚଳ ରାଣା ।