ଭୁବନେଶ୍ୱର, ୧୯/୦୧: ରାଜଧାନୀରେ ତୃତୀୟ ପଥ ଉତ୍ସବ। ଉତ୍ତର ଜୋନର  ଇମ୍ଫୋସିଟି ଛକଠାରୁ ସିଲିକନ  କଲେଜ ଛକ ପର୍ଯ୍ୟନ୍ତ ଜମୁଛି ପଥ ଉତ୍ସବ। ନୃତ୍ୟ, ଗୀତ ସହ ବିଭିନ୍ନ କ୍ରୀଡାର ଆୟୋଜନ ହୋଇଛି। ଏହି ଉତ୍ସବକୁ ଆକର୍ଷଣୀୟ  କରିବା ପାଇଁ ବିଏମ୍‌ସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ମୁଖ୍ୟ ମଞ୍ଚରେ ପ୍ଲେବ୍ୟାକ୍‌ ସିଙ୍ଗର  ଅର୍ଚ୍ଚନା ପାଢୀ ଓ ରୁକୁ ସୁନାଙ୍କ  ସଂଗୀତରେ ଝୁମିଲେ ଦର୍ଶକ । କର୍ପୋରେଟର ତଥା  କଣ୍ଠଶିଳ୍ପୀ ପ୍ରୀତିନନ୍ଦା ରାଉତ  ଏବଂ ସ୍ମରଣିକା ସାହୁଙ୍କ ସହ  ଅନ୍ୟ କେତେକ କର୍ପୋରେଟର  ମୁଖ୍ୟ ମଞ୍ଚରେ ଗୀତ ଗାଇଲେ । ସିଜିଲର୍ସ ଡ୍ୟାନ୍‌ସ ଗ୍ରୁପ୍‌ର ଧମାକାଦାର ନୃତ୍ୟ ଦେଖିଲେ  ଭୁବନେଶ୍ୱରବାସୀ ।