ଭୁବନେଶ୍ୱର, ୧୭।୧୧ : ଖୁବ୍ଶୀଘ୍ର ବୋର୍ଡ ଓ ନିଗମ ନିଯୁକ୍ତି। ଏନେଇ ତାଲିକା ଚୂଡ଼ାନ୍ତ ହୋଇଛି। କେବଳ କେନ୍ଦ୍ରୀୟ ମଞ୍ଜୁରୀକୁ ଅପେକ୍ଷା କରାଯାଇଛି ବୋଲି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂହ ତୋମାର ସୂଚନା ଦେଇଛନ୍ତି।
ରାଜ୍ୟ ବିଜେପି ପ୍ରଭାରୀ କହିଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ପରେ ବାକି ଥିବା କାମ କରାଯିବ। ଖୁବଶୀଘ୍ର ଖାଲିପଡ଼ିଥିବା ବୋର୍ଡ ଓ ନିଗମ ଅଧ୍ୟକ୍ଷଙ୍କୁ ନିଯୁକ୍ତି କରାଯିବ। ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି । କେନ୍ଦ୍ରକୁ ଉକ୍ତ ତାଲିକାଟି ଦିଆଯାଇଛି । ସେଠାରେ ତାଲିକା କିମ୍ବା ସେମାନଙ୍କ ଅନୁମତି ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ସମୟରେ ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣର କୌଣସି ପ୍ରଶ୍ନ ଉଠୁନାହିଁ । ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ।
ନୂଆପଡ଼ା ଫଳାଫଳ ପାଇଁ ବିଜେପି ପ୍ରଭାରୀ ନୂଆପଡ଼ାବାସୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ରାଜ୍ୟ ସରକାରଙ୍କ ୧୬ ମାସର ବିକାଶ କାର୍ଯ୍ୟକୁ ଦେଖି ଲୋକମାନେ ବିଜେପିକୁ ବାଛିଛନ୍ତି। ନୂଆପଡ଼ାରେ ବିଜେପି ଏକତରଫା ଭାବେ ବିଜୟୀ ହୋଇଛି। ବିଜେଡି-ବିଜେପି ମିଶିକି ଯେତିକି ଭୋଟ ପାଇନାହାନ୍ତି। ତାଠରୁ ଅଧିକ ଭୋଟ ବିଜେପି ପାଇଛି।