ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ, ୧୮ ତାରିଖ ଯାଏଁ ଚାଲିବ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା

Published By : Prameya | November 3, 2024 8:28 AM

କଟକ,୦୩/୧୧:୨୦୨୪- ୨୫ ଶିକ୍ଷାବର୍ଷର ମାଟ୍ରିକ୍‌ ପରୀକ୍ଷା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ  (ବୋର୍ଡ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜିଠୁ ପ୍ରାଥମିକ ପର୍ଯ୍ୟାୟରେ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି‌ । ମାଟ୍ରିକ୍‌ ରେଗୁଲାର ଓ  ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନ୍‌ଲାଇନ୍‌ରେ ବିଦ୍ୟାଳୟ  କର୍ତ୍ତୃପକ୍ଷଙ୍କ ଦ୍ୱାରା ହେବ ବୋଲି  ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି  କରାଯାଇଛି । ୩ ତାରିଖରୁ ଆରମ୍ଭ ହେଉଥିବା ଫର୍ମ ପୂରଣର ଶେଷ  ସମୟ ଆସନ୍ତା ୧୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ରହିଛି ।  

ଅନ୍ୟପକ୍ଷରେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ସିଲାବସ୍‌ ଆଧାରରେ ପାଠ୍ୟପୁସ୍ତକର ଅଧା କୋର୍ସ ତଥା  ଟର୍ମ-୧ ଅନୁସାରେ ବିଦ୍ୟାଳୟ  ସ୍ତରରେ ହୋଇଥିବା ଦୁଇଟି ଇଣ୍ଟର୍‌ନାଲ୍‌ ଆସେସ୍‌ମେଣ୍ଟ ଯଥା  ଫର୍ମେଟିଭ୍‌ ଆସେସ୍‌ମେଣ୍ଟ (ଏଫ୍‌ଏ-୧ ଓ ଏଫ୍‌ଏ-୨) ପରୀକ୍ଷା ନମ୍ବର  ଆଜିଠାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ  ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରିବେ ।  ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ ମାର୍କ ସହ  ଆସ୍‌ପ୍ରେସ୍‌ନାଲ୍‌ କମ୍ପୋନେଣ୍ଟସ୍‌ ମାର୍କ  ପ୍ରଧାନ ଶିକ୍ଷକମାନେ ଅପଲୋଡ୍‌  କରିବେ । 

ଆସନ୍ତାକାଲିଠାରୁ ଆରମ୍ଭ  ହେବାକୁ ଥିବା ଏହି ମାର୍କ ଅପଲୋଡ୍‌  ପ୍ରକ୍ରିୟା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ  ଚାଲିବ ବୋଲି ବୋର୍ଡ ପକ୍ଷରୁ ଜିଲ୍ଲା  ଶିକ୍ଷାଧିକାରୀ ଓ ହାଇସ୍କୁଲ୍‌ ପ୍ରଧାନ  ଶିକ୍ଷକମାନଙ୍କୁ ଅବଗତ କରାଯାଇଛି । ସେହିପରି ଟର୍ମ-୨ ସିଲାବସ୍‌  ଆଧାରରେ ଏଫ୍‌ଏ-୩ ଓ ଏଫ୍‌ଏ-୪ ପରୀକ୍ଷା ମାର୍କ ସହ ଆସ୍‌ପ୍ରେସ୍‌ନାଲ୍‌  କମ୍ପୋନେଣ୍ଟସ୍‌ ମାର୍କ ଆସନ୍ତା  ଜାନୁଆରୀ ସୁଦ୍ଧା ପ୍ରଧାନ ଶିକ୍ଷକମାନେ  ବୋର୍ଡ ୱେବ୍‌ସାଇଟ୍‌ରେ ଅପଲୋଡ୍‌  କରିବେ ବୋଲି ଯୋଜନା ରହିଛି ।  

ସୂଚନାଯୋଗ୍ୟ, ମାଟ୍ରିକ୍‌ ପରୀକ୍ଷାରେ ମୋଟ ୬ଟି ବିଷୟର  ୬୦୦ ମାର୍କ ପରୀକ୍ଷା ହେବ ।  ପରୀକ୍ଷାର୍ଥୀମାନେ ପ୍ରତି ବିଷୟରେ  ଶହେ ନମ୍ବର ଲେଖାଏଁ ପରୀକ୍ଷା  ଦେଲେ ମଧ୍ୟ ପ୍ରତି ବିଷୟରୁ  ୮୦ ନମ୍ବର ଏବଂ ଇଣ୍ଟରନାଲ୍‌  ଆସେସ୍‌ମେଣ୍ଟ ଓ ଆସ୍‌ପ୍ରେସ୍‌ନାଲ୍‌  କମ୍ପୋନେଣ୍ଟସ୍‌ ମାର୍କରୁ ୨୦ ନମ୍ବର  ନିଆଯାଇ ମୂଲ୍ୟାୟନ କରାଯିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.