କଟକ,୨୩/୦୫: କାର୍ଯ୍ୟରତ ଶିକ୍ଷକଙ୍କ ଲାଗି କରାଯାଉଥିବା ସ୍ପେସାଲ୍‌ ଓଟିଇଟି (ଓଡ଼ିଶା  ଶିକ୍ଷକ ଯୋଗ୍ୟତା ପରୀକ୍ଷା)ର ଆବେଦନ ସମୟସୀମାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)  ପକ୍ଷରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏହି ପରୀକ୍ଷା ଦେବା ଲାଗି ଗୁରୁବାର  ଆବେଦନର ଶେଷ ଦିନ ଥିଲା । ମାତ୍ର ଇଚ୍ଛୁକ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ସମସ୍ୟାରୁ ଧାର୍ଯ୍ୟ  ସମୟ ସୀମା ମଧ୍ୟରେ ଆବେଦନ କରିପାରି ନଥିବାରୁ ବୋର୍ଡ ପକ୍ଷରୁ ଫର୍ମ ପୂରଣର ଅବଧିକୁ  ବୃଦ୍ଧି କରାଯାଇଛି । ଏଥିସହ ପୂର୍ବରୁ ଅସଫଳ ଥିବା ଶିକ୍ଷକମାନଙ୍କୁ ଉକ୍ତ ଯୋଗ୍ୟତା ଅର୍ଜନ ପରୀକ୍ଷା  ଦେବା ଲାଗି ପୁଣି ସୁଯୋଗ ଦିଆଯାଇଛି ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।