ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଅନ୍ଵେଷା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ

Published By : Rasmita Pradhan | March 27, 2025 10:31 AM

ଭୁବନେଶ୍ଵର, ୨୭/୦୩ : ଉଦଳା ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ଅନ୍ଵେଷା ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା। ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ। ବୁଧବାର ବିଳମ୍ଵିତ ରାତିରେ ଅଭିଭାବକମାନେ ହଷ୍ଟେଲରେ ପହଞ୍ଚି ସେମାନଙ୍କ ପିଲାମାନଙ୍କୁ ନେଇଯାଇଛନ୍ତି। ହଷ୍ଟେଲରେ ୧୭୦ ଛାତ୍ରୀ ରହୁଥିବା ବେଳେ ଅର୍ଦ୍ଧାଧିକ ଛାତ୍ରୀ ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଛନ୍ତି। ଏହି ଘଟଣା ପରେ ଅଭିଭାବକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଅଭିଭାବକମାନେ ପିଲାମାନଙ୍କ ଭବିଷ୍ୟତ ସୁରକ୍ଷିତ ମଣୁ ନାହାଁନ୍ତି। ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଅଭିଯୋଗ ଆଣିଛନ୍ତି। 

ସୂଚନାନୁଯାୟୀ, ବୁଧବାର ଅନ୍ଵେଷା ହଷ୍ଟେଲର ତୃତୀୟ ମହଲା ବାଲକୋନୀରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଉଦଳା ବିଧାୟକ ଭାସ୍କର ମଢେଇ ମଧ୍ୟ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଛାତ୍ରୀଙ୍କ ମୃତ୍ୟୁ ଏବେ ରହସ୍ୟମୟ ହୋଇ ରହିଛି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। କେଉଁ କାରଣ ପାଇଁ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି। ପୋଲିସ ଏନେଇ ତଦନ୍ତ ଚଳାଇଛି। 

ଏହି ଖବରଟିକୁ ପଢନ୍ତୁ-ବିଧାନସଭା ଘେରିବ କଂଗ୍ରେସ, ଆଜି ସକାଳ ୯ଟାରୁ ଅପରାହ୍ଣ ୩ଟା ଯାଏ ଟ୍ରାଫିକ୍‌ କଟକଣା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.