ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ମଝି ଦରିଆରେ ଓଲଟିଲା ବୋଟ୍, ସପ୍ତାହେ ପରେ ସମୁଦ୍ରରୁ ଫେରିଲେ ୪ ମତ୍ସ୍ୟଜୀବୀ

Published By : Rasmita Pradhan | August 28, 2025 11:20 AM

ବାସୁଦେବପୁର, ୨୮/୦୮ : ମଝି ଦରିଆରେ ଓଲଟିଲା ବୋଟ୍। ମାଛ ମାରିବାକୁ ଯାଇ ଫସିଥିଲେ ଭଦ୍ରକ ଜିଲ୍ଲା ଚୂଡ଼ାମଣି ଅଞ୍ଚଳର ମତ୍ସ୍ୟଜୀବୀ। ସପ୍ତାହେ ପରେ ସମୁଦ୍ରରୁ ଫେରିଲେ ୪ ମାଛଧରାଳି। ଡଙ୍ଗା ଭଗ୍ନାବଶେଷ ସହାୟତାରେ କୂଳକୁ ଫେରି ଆସିଥିବା ସୂଚନା। ଅସୁସ୍ଥତା ଯୋଗୁଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି। 

ସୂଚନାନୁଯାୟୀ, ୨୧ ତାରିଖରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଚୂଡ଼ାମଣି ଅଞ୍ଚଳର ୪ ଜଣ ମତ୍ସ୍ୟଜୀବୀ ମା' ହିଡ଼ିମ୍ଵା ନାମକ ବୋଟ୍‌ରେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିଲେ। ୨୪ ତାରିଖରେ ସମୁଦ୍ରରେ ଜୋର୍ ପବନ ହେବାରୁ ବୋଟ୍‌ଟି ଓଲଟି ପଡିଥିଲା। ଫଳରେ ମତ୍ସ୍ୟଜୀବୀମାନେ ବୋଟ୍‌ରୁ ଡେଇଁ ପଡିଥିଲେ। ବୋଟ୍‌ର ଭଗ୍ନାବଶେଷ ଧରି ୨ ଦିନ ଧରି ଭାସି ରହିଥିଲେ। ୨୭ ତାରିଖ ସନ୍ଧ୍ୟାରେ ବୋଟ୍ ମାଲିକ ଖବର ପାଇବା ପରେ ସମୁଦ୍ର କୂଳରେ ବନିଗଛ ପାଖରେ ଅସୁସ୍ଥ ହୋଇ ପଡ଼ିଥିବା ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ବୋଟ୍ ସହିତ ଯୋଗାଯୋଗ କରିଥିଲେ। ରାତିରେ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ ସାହାଯ୍ୟରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମୁଦ୍ରରେ ଅଖିଆ ଅପିଆ ୨ ଦିନ ରହିବା ଯୋଗୁଁ ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଛି। ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ହେଲେ ପ୍ରକାଶ ମଳିକ (୩୪ ବର୍ଷ), ପବନା ମଳିକ (୫୬ ବର୍ଷ), ବନ ମଳିକ (୨୭ ବର୍ଷ) ଓ ସପନ ମଳିକ (୭୦ ବର୍ଷ)। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.