ମାଲକାନଗିରି, ୩୧।୧(ଆପ୍ର ): ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ଶନିବାର ସତୀଗୁଡା ଜଳଭଣ୍ଡାରରେ ନୌକା ଚାଲଣା ପ୍ରତି ଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ୧୨ଟି ନୌକା ଚାଳକ ଦଳକୁ ନେଇ ଏହା ଆୟୋଜିତ ହୋଇଥିଲା। ଚଳିତ ବର୍ଷ ୫ଟି ନୂତନ ଦଳ ଯୋଗ ଦେଇଥିଲେ। ଏହି ୫ଟି ଦଳ ମଧ୍ୟରୁ ଚିତ୍ରକୋଣ୍ଡା ବନାଂଚଳରୁ ତିନୋଟି ଦଳ କାଲିମେଳା ବନାଂଚଳରୁ ଦୁଇଟି ଦଳ ଯୋଗ ଦେଇଛନ୍ତିା ଏହି ପ୍ରତି ଯୋଗିତାରେ ସତୀଗୁଡା ମତ୍ସ୍ୟଜୀବୀ ସମବାୟ ସଂଗଠନ ର ସୋରିଷମାଳ ଗ୍ରାମ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଲେ ଦ୍ୱିତୀୟ ସ୍ଥାନରେ ସିନ୍ଧିମାଳ ଓ ତୃତୀୟ ସ୍ଥାନରେ ଚମ୍ପାଖାରୀ ବିଜୟ ଲାଭ କରିଥିଲ ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଏସ୍.ପି. ବିନୋଦ ପାଟିଲ ହେଚ୍. ଖଣ୍ଡୀୟ ବନାଧିକାରୀ ସାଇ କିରଣ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ବି.ଏସ୍.ଏଫ୍ କମାଣ୍ଡେଂଟ ସୁଶିଲ କୁମାର ହେଚ୍, ସାଂସଦ ପ୍ରତିନିଧି ସଂଜୟ ସରକାର, ବିଧାୟକ ପ୍ରତିନିଧି ମାଣିକଲାଲ ଚକ୍ରବର୍ତ୍ତି ଯୋଗ ଦେଇଥିଲେ। ଜିଲ୍ଲାପାଳ ସବୁଜ ପତାକା ଦେଖାଇ ପ୍ରତି ଯୋଗିତା ଉଦଘାଟନ କରିଥିଲେ।
୧୨ ଜଣ କ୍ରୀଡା ଶିକ୍ଷକ ଚୟନକର୍ତ୍ତା ଭାବେ ନିଜର କର୍ତ୍ତବ୍ୟ ତୁଲାଇଥିବା ବେଲେ ମତ୍ସ୍ୟ ବିଭାଗ, ବନ ବିଭାଗର ପଦାଧିକାରୀ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ କିପରି ସୁଚାରୁ ରୁପେ ସମ୍ପନ୍ନ ହେବ ସେଥିପାଇଁ ନିଜ ନିଜର ଦାୟିତ୍ୱ ତୁଲାଇଥିଲେ। ଗଭୀର ଜଳ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାରୁ ପ୍ରତିଯୋଗୀମାନଙ୍କ ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗ ଜଳମଧ୍ୟରେ ରହି ପ୍ରତିଯୋଗୀମାନଙ୍କ ସୁରକ୍ଷା ଦାୟିତ୍ୱ ତୁଲାଇଥିଲୋ ସେହିପରି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୌଣସି ଅଘଟଣ ପାଇଁ ଡାକ୍ତର ଓ କର୍ମଚାରୀଙ୍କ ସହ ଆମ୍ବୁଲାନ୍ସ ନିୟୋଜିତ ଥିଲ।।
ଏହି କାର୍ଯ୍ୟକ୍ରମ ସହକାରୀ ବନ ସଂରକ୍ଷକ ମନସୁନ୍ ଖେମୁଣ୍ଡୁ ଗତ ଦୁଇଦିନ ଧରି ସତୀଗୁଡା ଇକୋ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀରେ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ।ମାଲକାନଗିରି ସହକାରୀ ବନ ସଂର କ୍ଷକ ପ୍ରିୟଙ୍କା ମହୁକା ବନାଂଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ, ଅବସରପ୍ରାପ୍ତ ବନପାଳ ଦୁର୍ଯ୍ୟୋଧନ ପାତ୍ର, କାଲିମେଳା ବନପାଳ ମୃତ୍ୟୁଂଜୟ ସେଠୀ, ସହ ଯୋଗ କରିଥିଲ । ଏହି ପ୍ରତିଯୋଗିତାରେ ବିଜୟଲାଭ କରିଥିବା ତିନୋଟି ଦଳଙ୍କୁ ମାଲ୍ୟବନ୍ତ ମହୋତ୍ସବରେ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯିବ । ସହକାରୀ ବନ ସଂରକ୍ଷକ ମୁନ ସୁନ ଖେମୁଣ୍ଡୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।