ପ୍ରମୂଖ ଖବର
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

ଦ୍ୱିତୀୟ ଚିଲିକାରେ ବୋଟିଂ ବ୍ୟବସ୍ଥା ଉଦ୍‌ଘାଟିତ; ଉଦ୍‌ଘାଟନ କଲେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

Published By : Bijay Swain | April 1, 2025 12:28 AM

ପାଳଲହଡା,୩୧/୩(ଆପ୍ର): ପାଳଲହଡା ବ୍ଲକ୍‌ ଖମାର ବନାଞ୍ଚଳ ଅଧୀନ  କରଡ଼ାପାଳ ପଞ୍ଚାୟତ ସହରଗୁରୁଜାଙ୍ଗ ମହାରସଳୁଆଠାରେ ରେଙ୍ଗାଳି ଜଳଭଣ୍ଡାରରେ ବୋଟିଂ ବ୍ୟବସ୍ଥା ସାଙ୍ଗକୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅନ୍ୟନ୍ୟ ପ୍ରକଳ୍ପ ସୋମବାର ଉଦ୍‌ଘାଟିତ ହୋଇଛି। ଦ୍ୱିତୀୟ ଚିଲିକା ଭାବରେ ପର୍ଯ୍ୟଟକଙ୍କ ଦ୍ୱାରା ଏହି ସ୍ଥାନ୍‌ ବେଶ ଆଦୃତ ହୋଇପାରିଛି । ସୋମବାର ପାଳଲହଡ଼ା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିଥିବା ବେଳେ ଅପରାହ୍ଣରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଦ୍ୱାରା ଏହି ପ୍ରକଳ୍ପଗୁଡ଼ିକ ଉଦ୍‌ଘାଟିତ ହୋଇଥିଲା । 

ଦ୍ୱିତୀୟ ଚିଲିକାକୁ ଉପଖଣ୍ଡର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ବିବେଚନା କରାଯାଇ ଏହାର ଉନ୍ନତିକରଣ ଦିଗରେ ଗୁରୁତ୍ୱ ଦିଆଯାଇଛି । ପିଇବା ପାଣି ସୁବିଧା, ଉନ୍ନତମାନର ପିଣ୍ଡି, ବସିବା ପାଇଁ ଚେୟାର୍‌ ଆଦି ନିର୍ମାଣ ହୋଇଥିବା ବେଳେ ଆଜିଠାରୁ ବୋଟିଂ ମଜା ନେଇପାରିବେ । ବନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧ କୋଟି ଟଙ୍କାର ବ୍ୟୟ ଅଟକଳରେ ଦ୍ୱିତୀୟ ଚିଲିକାର ଉନ୍ନତିମୂଳକ କାର୍ଯ୍ୟ ଚାଲୁରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ଦେବା ପାଇଁ ବନବିଭାଗକୁ ସହଯୋଗ କରିବା ପାଇଁ ଗ୍ରାମବାସୀଙ୍କୁ  ମନ୍ତ୍ରୀ ଅନୁରୋଧ କରିଥିଲେ । 

ସମ୍ମାନିତ ଅତିଥି ଭାବେ ପାଳ ଲହଡ଼ା ବିଧାୟକ ଅଶୋକ ମହାନ୍ତି, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ରାଉରକେଲା) ରାମସ୍ୱାମୀ ପି., ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସ ମଞ୍ଚାସୀନ ଥିଲେ । ଏହି ଇକୋ ପର୍ଯ୍ୟଟନସ୍ଥଳିର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ଅତିଥିମାନେ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପଟେଲ, ଉପଖଣ୍ଡ ପୁଲିସ ଅଧିକାରୀ କୈଳାଶ ଚନ୍ଦ୍ର ସେଠୀ, ଥାନା ଅଧିକାରୀ ପ୍ରଦୀପ ମହାନ୍ତ, ବରିଷ୍ଠ ବିଜେପି ନେତା ଲିଙ୍ଗରାଜ ଦାସ, ଆଇନଜୀବୀ ତନ୍ମୟ ସାହୁଙ୍କ ସମେତ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.