ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବନ୍ୟା ଜଳରେ ଭାସିଯାଇ ନିଖୋଜ ଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ

Published By : Swapna Ray | October 27, 2024 11:50 AM

ମୟୁରଭଞ୍ଜ, ୨୭।୧୦: ଉଦ୍ଧାର ହେଲା ନିଖୋp ବୃଦ୍ଧଙ୍କ ମୃତଦେହ । ଶନିବାର ସନ୍ଧ୍ୟାରେ ବନ୍ୟା ଜଳରେ ଭାସି ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ଅଧ କିଲୋମିଟର ଦୂରରୁ ରବିବାର ସକାଳୁ ଉଦ୍ଧାର ହୋଇଛି । ସୂଚନାନୁସାରେ, ବିଶୋଇ ଥାନା ଅନ୍ତର୍ଗତ ବାଘ ଛତର ଗ୍ରାମପଞ୍ଚାୟତ ଲୋଧାତଲକ ଗ୍ରାମର ୬୧ ବର୍ଷୀୟ ଶ୍ରୀରାମ ନାଏକ ପରିବାର ଓ ଗାଁ ଲୋକ ସହିତ ଶନିବାର ସାପ୍ତାହିକ ହାଟ ବିଶୋଇକୁ ଯାଇଥିଲେ । ଶନିବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଗାଁ ସନିକଟ କେନ୍ଦୁମରା ନାଳରେ ହଠାତ୍ ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରୁ ବନ୍ୟାଜଳ ଆସି ଯାଇଥିଲା । ଫଳରେ ନାଳ ମଝିରେ ଥିବା ଶ୍ରୀରାମ ଭାରସାମ୍ୟ ହରାଇ ପାଣିରେ ଭାସି ଯାଇଥିଲା । 

ଖବର ପାଇ ଘଟଣାସ୍ଥଳରେ ପୋଲିସ ଅଗ୍ନିଶମ ବିଭାଗ ଗ୍ରାମବାସୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ବୃଦ୍ଧକୁ ପାଇନଥିଲେ ଓ ପରିବାର ଲୋକେ ରାତି ତମାମ ଖୋଜି ଖୋଜି ନିରାଶ ହୋଇଥିଲେ । ପାଣି କମିବା ପରେ ଅଧକିଲୋମିଟର ଦୂରରୁ ମୃତଦେହ ଠାବ କରାଯାଇଥିଲା । ପୋଲିସ ଶବ ଜବଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ରାଇରଙ୍ଗପୁର ଉପଖଣ୍ଡ ସରକାରୀ ଡାକ୍ତରଖାନା ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.