ଅସ୍ତରଙ୍ଗ ୧୪।୦୬-ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକଣ୍ଠ ଅଞ୍ଚଳରେ ଏକ ସାର ବୋଝେଇ ଟ୍ରକ ଭିତରୁ ଶ୍ରମିକ ଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଘଟଣା ସ୍ଥଳରୁ ଗାଡି ଚାଳକ ଫେରାର ହୋଇଯାଇଛି। ମୃତ ଶ୍ରମିକ ଜଣକ ହେଲେ ବେଣୀପୁର ଗ୍ରାମର ମିଟୁ ଦାସ
ଶନିବାର ସନ୍ଧ୍ୟା ସମୟରେ ଏକ ସାର ବୋଝେଇ ଟ୍ରକ ଜଟଣୀରୁ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନଈଗୁଆଁ ପଞ୍ଚାୟତ ଖଣ୍ଡାସାହି ନିକଟରେ ପହଞ୍ଚିଥିଲା। ଖଣ୍ଡାସାହି ଗ୍ରାମର ଭଗବାନ ଦାସ, ବେଣୀପୁର ଗ୍ରାମର ଦୀପକ କାଣ୍ଡି, ମିଟୁ ଦାସଙ୍କ ଦ୍ୱାରା ୧୬୦ବସ୍ତା ସାର ଟ୍ରକରୁ କଢ଼ାଯାଇଥିଲା। ପରେ ଟ୍ରକରେ ଥିବା ଅବଶିଷ୍ଟ କିଛି ବସ୍ତା ସାର କାଢ଼ିବାକୁ କାହାଳ ଗାଁକୁ ଆସିଥିଲା। ଶ୍ରମିକ ଜଣେ ଟ୍ରକ ଆଗରେ ବସିଥିବା ବେଳେ ଜଣେ ଶ୍ରମିକ ଟ୍ରକ ପଛରେ ବସିଥିଲେ । ଅନ୍ୟ ଜଣେ ବାଇକରେ ଆସିଥିଲେ। କିନ୍ତୁ ଉକ୍ତ ଟ୍ରକଟି କାହାଳ ଗାଁ ରେ ପହଂଚି ସାର କାଢ଼ିବା ସମୟରେ ସେଥିବରୁ ଶ୍ରମିକ ମିଟୁ ଦାସଙ୍କ ମୃତଦେହ ମିଳିଥିଲା। ଖବର ପାଇଁ କାକଟପୁର ଥାନା ଅଧିକାରୀ ଉମେଶ କୁମାର ସାହୁ ଓ ଅନ୍ୟ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଥିଲେ। ଘଟଣା ପରେ ଉକ୍ତ ଟ୍ରକ ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଟ୍ରକ ମାଲିକକୁ କାକଟପୁର ପୋଲିସ ଅଟକ ରଖିଛି। ମୃତ ଦେହକୁ ଚାରିଛକ ଗୋଷ୍ଠୀ ସ୍ବାସ୍ୟ କେନ୍ଦ୍ରକୁ ଶବବ୍ୟବଛେଦ ପାଇଁ ପୋଲିସ ପଠାଇଛି। ସାର ବୋଝେଇ ଟ୍ରକକୁ କାକଟପୁର ଥାନାରେ ଅଟକ ରଖି ତଦନ୍ତ ଜାରୀ ରଖିଛି ପୋଲିସ।