ବାଲେଶ୍ୱର, ୦୬/୦୯: ମାଛ ଧରା ଟ୍ରଲରରୁ ସନ୍ଦେହ ଜନକ ଅବସ୍ଥାରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ବସ୍ତା କୁଣ୍ଡୁଳି ଅଞ୍ଚଳର ବିଜୟ ପାତ୍ର ଏବଂ ସେ ବହାବଳପୁର ମାଛଧରା କେନ୍ଦ୍ରର ଚର୍ମଚାରୀ ବୋଲି ଜଣାପଡ଼ିଛି । ବିଜୟଙ୍କ ମୁଣ୍ଡରେ କ୍ଷତାକ୍ତ ଥିବା କାରଣରୁ ତାଙ୍କର ମୃତ୍ୟୁକୁ ନେଇ ଡାକ୍ତର ସନ୍ଦେହ କରିଛନ୍ତି ।

ସୂଚନା ମୁତାବକ, ଶନିବାର ସକାଳ ୯ଟା ୩୦ ରେ ବହାବଳପୁର ମେରାଇନ ଥାନା ଅଧୀନ ବହାବଳପୁର ମାଛଧରା କେନ୍ଦ୍ରର ଗଙ୍ଗାଜଲ ନାମକ ଏକ ମାଛଧରା ଟ୍ରଲର ମଧ୍ୟରେ ବିଜୟ ପାତ୍ର ପଡ଼ି ରହିଥିଲେ । ସନ୍ଦେହଜନକ ଅବସ୍ଥାରେ ପଡିଥିବାର ଦେଖି ସହକର୍ମୀମାନେ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବିଜୟଙ୍କ ମୁଣ୍ଡରେ କ୍ଷତାକ୍ତ ଥିବା କାରଣରୁ ତାଙ୍କର ମୃତ୍ୟୁ କୁ ନେଇ ଡାକ୍ତର ସନ୍ଦେହ କରିଛନ୍ତି। ଏ ନେଇ ବହାବଳପୁର ମେରାଇନ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।