ଖଜୁରୀପଡା,୨୨/୧୧ : ଖଜୁରୀପଡା ଥାନା ଅଞ୍ଚଳ ଉରୁମୁଣ୍ଡା ଜଙ୍ଗଲ ନିକଟରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର ହୋଇଛି l ମୃତ ଯୁବକ ଜଣଙ୍କ ହେଲେ ଉକ୍ତ ଗାଁ ଉରୁମୁଣ୍ଡାର ଗୋପାଳ ଗଣ୍ଡାଙ୍କ ପୁଅ ଶୋଭାଗ୍ୟ ରଞ୍ଜନ ଗଣ୍ଡା(୧୯) ବୋଲି ଜଣାପଡ଼ିଛି l

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଗୋଟିଏ ଗଛରେ ଜନୈକ ଯୁବକର ମୃତଦେହ ଝୁଲୁଥିବା ଦେଖି ଗାଁ ଲୋକେ ବାପା ଗୋପାଳଙ୍କୁ ଖବର ଦେଇଥିଲେ l ବାପା ଗୋପାଳ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକକୁ ଚିହ୍ନଟ କରିବା ପରେ ଖଜୁରୀପଡ଼ା ପୋଲିସକୁ ଜଣାଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତ ଯୁବକର ଶବକୁ ଉଦ୍ଧାର କରିଛି l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ପୋଲିସ ତାହାର ତଦନ୍ତ କରୁଛି l ବାପା ଗୋପାଳ କୃଷ୍ଣ ଗଣ୍ଡା ଥାନାରେ ଲିଖିତ ଭାବେ ଜଣାଇଥିବା ଜଣାପଡ଼ିଛି l ପୋଲିସ ଏ ନେଇ ଏକ ଅପମୃତ ମାମଲା କେଶ ନଂ ୧୫/୨୫ରେ ରୁଜୁ କରାଯାଇଥିବା ଥାନା ଏସଆଇ ଦୀନବନ୍ଧୁ ପ୍ରଧାନ ସୂଚନା ଦେଇଛନ୍ତି l