ନୂଆଦିଲ୍ଲୀ,୨୪/୦୩: ବିମାନ  ନିର୍ମାତା କମ୍ପାନି ବୋଇଂ ଭାରତରେ ୧୮୦  କର୍ମଚାରୀଙ୍କୁ ଛଟେଇ କରିଛି । ସାରା  ବିଶ୍ୱରେ କର୍ମଚାରୀ ଛଟେଇ ଯୋଜନାର  ଅଂଶ ଭାବେଏଭଳି କାର୍ଯ୍ୟକ୍ରମ ଗ୍ରହଣ  କରାଯାଇଛି ବୋଲି କମ୍ପାନି କହିଛି ।  

ଖର୍ଚ୍ଚ କାଟ ଏବଂ ପରିଚାଳନା ଟିମ୍‌ରେ ଜରୁରୀ ପରିବର୍ତ୍ତନ ଆଧାରରେ କମ୍ପାନି  ବାଙ୍ଗାଲୋରର ଇଞ୍ଜିନିୟରିଂ ଏବଂ  ଟେକ୍ନୋଲୋଜି କେନ୍ଦ୍ରରେ ୧୮୦ କର୍ମଚାରୀଙ୍କୁ  କାଢ଼ି ଦେଇଛି । ବର୍ତ୍ତମାନ ବିଶ୍ୱ ବଜାରର  ଚ୍ୟାଲେଞ୍ଜିଂ ସ୍ଥିତିକୁ ସାମ୍ନା କରୁଛି କମ୍ପାନି ।  ଘରୋଇ ବଜାରରେ ବୋଇଂର ୭ ହଜାର  କର୍ମଚାରୀ ରହିଛନ୍ତି । ବୋଇଂ ଲାଗି  ଭାରତ ଏକ ପ୍ରମୁଖ ବଜାର ଭାବେ  ଉଭା ହୋଇଛି । ମୋଟ କର୍ମଚାରୀଙ୍କ  ମଧ୍ୟରୁ ୧୦% କର୍ମଚାରୀ କାଢ଼ିବା ନେଇ  ପୂର୍ବରୁ କମ୍ପାନି ଘୋଷଣା କରିଥିଲା ।