ସାଲେପୁର, ୧୫/୧୧ : ବନ୍ଦାଣ ଉତ୍ସବ ପାଳନବେଳେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଲେ ସାଧବ ପୁଅ ବେଶ ଧାରୀ ଯୁବକ ମାନେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାଠଯୋଡ଼ି ନଦୀରେ । 

ପ୍ରକାଶ ଯେ, ଆଜି କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କଟକ ସଦର ବ୍ଲକ ୪୨ମୌଜାର ଗୋବିନ୍ଦପୁର ଗାଁରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହେଉଥିଲା । ଏହି ସମୟରେ ଡଙ୍ଗାରେ ବସି ସାଧବ ପୁଅ ବେଶଧାଣୀ ଯୁବକ ମାନେ ବାହାରିଥିଲେ ପରିଭ୍ରମଣ ପାଇଁ । ମାତ୍ର ହଠାତ୍ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟିପଡ଼ିଥିଲା । ଫଳରେ ଡଙ୍ଗାରେ ବଶିଥିବା ସାଧବ ପୁଅ ବେଶ ଧାରୀ ଯୁବକମାନେ ବୁଡ଼ିଯାଇଥିଲେ । ଏହାଦେଖି କୂଳରେ ଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିବା ଜଣାପଡ଼ିଛି ।