ଆସିକା ୦୬/୦୬: ଜଗା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା। ରାସ୍ତାକଡ଼ ଘରକୁ ଧକାଦେଲା ବୋଲେରୋ l ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟଲୋକ ସମସ୍ତଙ୍କୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମଥୁରା ଗ୍ରାମରେ ନିକଟରେ ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଆଜି ଭୋରରୁ ଗୋଟିଏ ବୋଲେରୋ ରାସ୍ତା କଡରେ ଥିବା ଏକ ଘରକୁ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା l ଦୁର୍ଘଟଣାରେ ବୋଲେରୋରେ ବସିଥିବା ସମସ୍ତ ଯାତ୍ରୀ ଆହାତ ହୋଇଛନ୍ତି।ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିିଥିଲେ। ସେଠାରେ ସମସ୍ତଙ୍କ ଚିକିତ୍ସା ଜାରିରହିଛି l ତେବେ ବୋଲେରୋଟି ପୁରୀରୁ ବୁଗୁଡ଼ା ଦେଇ ଜାଲଖାଇ ଯାଉଥିବ ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି l ଖବରପାଇ ପୋଲସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ :-  କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା: ୧୫ ବର୍ଷ ପ୍ରେମ ସମ୍ପର୍କ ପରେ ହଠାତ୍ ଫାଟ, ମୃତ୍ୟୁ ପଛରେ ତ୍ରିକୋଣୀୟ ପ୍ରେମ