ମୁମ୍ବାଇ,୨୧/୧ : ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭାଇ ଅହାନ ପାଣ୍ଡେ ୨୦୨୫ରେ ନିର୍ଦେଶକ ମୋହିତ ସୁରୀଙ୍କ ଫିଲ୍ମ ‘ସିୟାରା’ରେ ନିଜର ବଲିଉଡ଼ ଡେବ୍ୟୁ କରିଥିଲେ। ତାଙ୍କ ନାମ ସହ ମିଶୁଥିବା ନାଁ ଅହାନ ଶେଟ୍ଟୀଙ୍କୁ ନିଜ ଡେବ୍ୟୁ ଫିଲ୍ମ‘ତଡ଼ପ’ରେ ବହୁ କଷ୍ଟରେ ଆରମ୍ଭ ମିଳିଥିଲା । ଏବେ ସେ ନିଜ ବାପାଙ୍କ କଲ୍ଟ କ୍ଲାସିକ ଓ୍ବାର ଡ୍ରାମା ‘ବର୍ଡ଼ର’ର ସିକ୍ବେଲ ସହ କମବ୍ୟାକ୍ କରୁଛନ୍ତି । ଏହି ଶୁକ୍ରବାର ୨୩ଜାନୁଆରୀରେ ରିଲିଜ ହେଉଥିବା ‘ବର୍ଡ଼ର ୨’ର ନିର୍ମାଣ ମଧ୍ୟରେ ଅହାନ ଏକ କଥାବାର୍ତ୍ତାରେ ଅହାନ ପାଣ୍ଡେଙ୍କ ସହ କରାଯାଉଥିବା ତୁଳନା ଉପରେ ଖୋଲି କରି କଥା ହୋଇଛନ୍ତି ।

ଏକ ସାକ୍ଷାତକାରରେ ଅହାନ ଶେଟ୍ଟୀ କହିଛନ୍ତି, ଆଜି କାଲି ଲୋକେ କେବଳ ୨-୩ସେକେଣ୍ଡର କ୍ଲିପ୍ ଦେଖି ରିଆକ୍ଟ କରୁଛନ୍ତି । ମୋ ଜେନରେଶନରେ ଏହା ହେଉଛି । ଆମକୁ ଜଣେ ଅନ୍ୟ ଜଣଙ୍କ ବିପକ୍ଷରେ ଛିଡ଼ା କରାଯାଉଛି । ମୋତେ ଜଣାଅଛି କି ଅହାନ ପାଣ୍ଡେ ଏବଂ ମୋ ମଧ୍ୟରେ ତୁଳନା ହେଉଛି । ମୁଁ ସେହି ଯୁବକଙ୍କୁ ଜାଣିଛି । ମୋତେ ଜଣା ଅଛି କି ସେ ନିଜ ଫିଲ୍ମ ଲାଗି କେତେ ପରିଶ୍ରମ କରିଛନ୍ତି ଏବଂ ପ୍ରସ୍ତୁତ ଲାଗି କ’ଣ କ’ଣ କରିଛନ୍ତି । ଆମ ମଧ୍ୟରେ କୌଣସି କମ୍ପିଟିଶନ ନାହିଁ । ଆମେ ସମସ୍ତଙ୍କ ନିଜ ନିଜ କ୍ୟାରିୟର ଅଛି । ଆମ ମଧ୍ୟରେ ବହୁତ ଭଲପାଇବା ଏବଂ ସମ୍ମାନ ଅଛି ଏବଂ ଏହି କଥା ସାମ୍ନାକୁ ଆସିବା ଆବଶ୍ୟକ ଅଛି । ଆମେ ସବୁ ଗୋଟିଏ ଇଣ୍ଡଷ୍ଟ୍ରିର ଅଟୁ । ସୋସିଆଲ ମିଡ଼ିଆ ମଝିରେ ଏକ ଖାଇ ସୃଷ୍ଟି କରୁଛି । ଏହି କାରଣରୁ ଜଣେ ଅନ୍ୟ ଜଣଙ୍କ ଲାଗି ଏତେ ସପୋର୍ଟ ଦେଖାଉନାହାନ୍ତି ।

ଏହି ସାକ୍ଷାତକାରରେ ସୁନୀଲ ସେଟ୍ଟୀ ବି ଫିଲ୍ମ ଇଣ୍ଡଷ୍ଟ୍ରିର ସତ କହିଛନ୍ତି । ସେ କହିଛନ୍ତି କି ଅସଫଳତାକୁ କେତେ କଠୋରତାରେ ଦେଖାଯାଇଥାଏ । ପୁଅ ଅହାନଙ୍କ ଡେବ୍ୟୁ ଫିଲ୍ମ ଫ୍ଲପ୍ ହେବା ଉପରେ କହିବାକୁ ଯାଇ ସୁନୀଲ କହିଛନ୍ତି କି, ଆମେ ସବୁବେଳେ ଚାହୁଁଛୁ କି ଆମ ପିଲାମାନେ ଖୁସିରେ ରୁହନ୍ତୁ, ଏବଂ ମୁଁ ଏଠାରେ ସଫଳତାର କଥା କହୁନାହିଁ । ମୋତେ ଇଣ୍ଡଷ୍ଟ୍ରିରେ ଅସଫଳତାକୁ ଭୟ ଲାଗୁଛି । ସଫଳତାରେ ନୁହେଁ । ବାକି ଫିଲ୍ଡସରେ ଯେତେବେଳେ ଆପଣ ପଡ଼ିଯାଉଛନ୍ତି ତ ଉଠି କି ପୁଣି ଆରମ୍ଭ କରିଦେଇଥାନ୍ତି । ଏଠାରେ ଯେତେବେଳେ ଆପଣ ପଡ଼ି ଯାଉଛନ୍ତି ତ ପୁରା ଦୁନିଆ ଆପଣଙ୍କୁ ଦେଖିଥାଏ ଏବଂ ଆପଣଙ୍କୁ ଏଭଳି ଅନୁଭବ କରାଏ କି ଆପଣ କିଛି ବି ନୁହେଁ । ଲୋକେ ଭାବିଥାନ୍ତି କି ହିନ୍ଦୀ ଫିଲ୍ମର ଅଭିନେତା ପଢିନଥାନ୍ତି । ତାଙ୍କୁ କିଛି ଜଣାନାହିଁ । ଆମେ ବହୁତ କିଛି ଜାଣିଥାଉ ଏବଂ ଆମେ ସ୍ମାର୍ଟ ଅଟୁ । ଆଜିର ସମୟରେ କେବେ କେବେ ଅସଫଳତାକୁ ସଫଳତାରୁ ଅଧିକ ସେଲିବ୍ରେଟି କରାଯାଇଥାଏ । ଏହା ଏକ ସତ୍ୟତା ଅଟେ ।