ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୩୮ବର୍ଷ ପରେ ଶ୍ରୀନଗରରେ ହେବ ଫିଲ୍ମର ପ୍ରିମିୟର, ଇମରାନ ହାଶମୀଙ୍କ ‘ଗ୍ରାଉଣ୍ଡ ଜିରୋ’କୁ ମିଳିଲା ସୁଯୋଗ

Published By : Gurupada Nath | April 15, 2025 9:30 PM

ମୁମ୍ବାଇ, ୧୫/୪ :   ‘ଗ୍ରାଉଣ୍ଡ ଜିରୋ’ର ଶ୍ରୀନଗର, କଶ୍ମୀରରେ ହେବାକୁ ଯାଉଛି ପ୍ରିମିୟର । ଏହି ପ୍ରୟାସ ଅଛି କି ସବୁଠାରୁ ପ୍ରଥମେ ଏହି ଫିଲ୍ମ ସେହି ଯବାନମାନଙ୍କୁ ଦେଖାଯିବ ଯେଉଁମାନେ ସୀମାରେ ଠିଆ ହୋଇ ଆମମାନଙ୍କୁ ସୁରକ୍ଷା ଦେଉଛନ୍ତି । ଏକ୍ସେଲ ଏଣ୍ଟଟେନମେଣ୍ଟର ଆଗାମୀ ଆକ୍ସନ ଥ୍ରୀଲର ଗ୍ରାଉଣ୍ଡ ଜିରୋକୁ ନେଇ ପ୍ରତ୍ୟେକ ଦିନ ଉତ୍ସାହ ବଢିବାରେ ଲାଗିଛି । ଦମଦାର୍ ଟ୍ରେଲର ରିଲିଜ ପରେ ଫିଲ୍ମର ନୂଆ ନୂଆ ପୋଷ୍ଟର୍ସ ବି ଦର୍ଶକଙ୍କ ଉତ୍ସାହ ବଢାଇ ଦେଉଛି । ଏହା ମଧ୍ୟରେ ଏବେ ଏହି ଫିଲ୍ମ ଇତିହାସ ରଚିବାକୁ ଯାଉଛି ।

‘ଗ୍ରାଉଣ୍ଡ ଜିରୋ’ ୩୮ବର୍ଷ ପରେ ଶ୍ରୀନଗରରେ ରେଡ଼ କାର୍ପେଟରେ ପ୍ରିମିୟର ହେବାକୁ ଥିବା ପ୍ରଥମ ଫିଲ୍ମ ଅଟେ । ଏହାର ପ୍ରିମିୟର ୧୮ଏପ୍ରିଲରେ ହେବ ଏବଂ ଏହାକୁ ନେଇ ଫ୍ୟାନ୍ସ ଏବଂ ଇଣ୍ଡଷ୍ଟ୍ରି ଉଭୟଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଅଛି । ଆଶ୍ଚର୍ଯ୍ୟର କଥା ଏହା କି ପୂର୍ବ ୩୮ବର୍ଷରେ ଶ୍ରୀନଗରରେ କୌଣସି ବି ଫିଲ୍ମର ପ୍ରିମିୟର ହୋଇନାହିଁ ଏବଂ ଏବେ ‘ଗ୍ରାଉଣ୍ଡ ଜିରୋ’ ଏହି ଧାରାକୁ ଭାଙ୍ଗିବାର ପ୍ରଥମ ଫିଲ୍ମ ହେବ । ଏହି‌ ବିଶେଷ ମୂହୁର୍ତ୍ତରେ ଫିଲ୍ମକୁ ସବୁଠାରୁ ପ୍ରଥମେ ସେହି ଯବାନ ଏବଂ ଆର୍ମି ଅଫିସରଙ୍କୁ ଦେଖାଯିବ ଯେଉଁମାନେ ବର୍ଡ଼ରରେ ଛିଡ଼ା ହୋଇ ଆମର ସୁରକ୍ଷା କରୁଛନ୍ତି । ଏହା ପ୍ରକୃତ ହିରୋଙ୍କୁ ଶ୍ରଦ୍ଧାଞ୍ଜଳି ବି ଅଟେ ।

‘ଗ୍ରାଉଣ୍ଡ ଜିରୋ’କୁ ଦର୍ଶକଙ୍କଠାରୁ ଜବରଦସ୍ତ ଭଲପାଇବା ମିଳୁଛି ଏବଂ ଏହାର ରିଲିଜକୁ ନେଇ ଉତ୍ସାହ ବଢିବାରେ ଲାଗିଛି । ବିଏସଏଫର ସମର୍ଥନରେ ଏହି ଫିଲ୍ମର ଟ୍ରେଲରକୁ ବି ଖୁବ୍ ପ୍ରଶଂସା ମିଳୁଛି,  ଯାହା ଦର୍ଶକଙ୍କ ଆଶା ଏବଂ ଉତ୍ସାହ ଆହୁରି ବି ବଢାଇ ଦେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.