ମୁମ୍ୱାଇ : ବମ୍ୱେ ହାଇକୋର୍ଟ ବାୟୁ ପ୍ରଦୂଷଣକୁ ନେଇ ପ୍ରମୁଖ ଟିପ୍ପଣୀ ଦେଇଛନ୍ତି। କୋର୍ଟ ଏହି କଥା ଉପରେ ଚିନ୍ତା ପ୍ରକଟ କରିଛନ୍ତି କି, ସହରରେ କଣ ବାୟୁ ପ୍ରଦୂଷଣର କୌଣସି ସାମାଧାନ ବାହାରିବ ନା ପୁଣି ପ୍ରତିବର୍ଷ ଦୀପାବଳି ପରେ ନାଗରିକଙ୍କୁ ଧୂଆଁର ସାମ୍ନା କରିବାକୁ ପଡ଼ିବ। ଏଚସି ଏହା ମଧ୍ୟ ପରମର୍ଶ ଦେଇଛନ୍ତି କି, ବେକରି ଗୁଡ଼ିକୁ କାଠ ବା କୋଇଲାର ବ୍ୟବହାର ଉପରେ ରୋକ୍ ଲଗେଇବା ଉଚିତ୍। ଏହା ମଧ୍ୟ କହିଛନ୍ତି , ସିଏନଜି ଓ ଇଲେକ୍ଟ୍ରିକ୍ କାର୍ ଗୁଡ଼ିକର ବ୍ୟବହାର ଉପରେ ଜୋର ଦିଆଯିବା ଉଚିତ୍। ଚିଫ୍ ଜଷ୍ଟିସ୍ ଡିକେ ଉପାଧ୍ୟାୟ ଓ ଜଷ୍ଟିସ୍ ଗିରିଶ କୁଲକର୍ଣ୍ଣିଙ୍କର ଖଣ୍ଡପୀଠ କହିଛନ୍ତି କି, ସବୁ ଅଧିକାରୀ ମୁମ୍ୱାଇର ଖରାପ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ପଛର ସମସ୍ୟା ଓ କାରଣ ବିଷୟରେ ଅବଗତ ଅଛନ୍ତି , କିନ୍ତୁ ସମାଧାନ ଓ ନିଆ ଯାଉଥିବା ପଦକ୍ଷେପକୁ ତୁରନ୍ତ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି।
ପୀଠ ୨୦୨୩ରେ ସହର ଓ ରାଜ୍ୟରେ ଖରାପ ବାୟୁ ଗୁଣବତ୍ତା ଉପରେ ସ୍ୱତଃ ସଜ୍ଞାନ ନେଇ ଥିଲେ। କୋର୍ଟ ଗୁରୁବାର କହିଛନ୍ତି, ପ୍ରତିବର୍ଷ ଦୀପାବଳି ପରେ ସ୍ଥିତି ଏକା ଭଳି ହୋଇଥାଏ। ଏମିତି ସ୍ଥିତିରେ ସମାଧାନ କଣ ରହିଛି ? ଏସବୁ ପ୍ରତିବର୍ଷ ଦୀପାବଳି ପରେ ଆରମ୍ଭ ହୋଇ ଥାଏ। ପ୍ରମୁଖ ସ୍ତରରେ ଆମେ ସମସ୍ୟା ଓ କାରଣ ଗୁଡ଼ିକୁ ଜାଣନ୍ତି , ହେଲେ ଏବେ ସମାଧାନ କଣ ? ଆମେ କଣ ପ୍ରତି ବର୍ଷ ମୁମ୍ୱାଇରେ ଏହି ଧୂଆଁ ଦେଖୁଥିବା ? କିଛି ଦିନ ତ ଦୃଶ୍ୟତା ବହୁତ କମ୍ ହୋଇଥାଏ । ପୀଠ କହିଛନ୍ତି ,୨୦୨୩ରେ କୋର୍ଟ ଦୀପାବଳିର ଉତ୍ସବରେ ପ୍ରତିଦିନ କେବଳ କିଛି ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ଦେଇ ଥିଲେ। କିନ୍ତୁ ନିର୍ଦ୍ଦେଶର କେବେ ବି ପାଳନ କରାଯାଇ ନାହିଁ ।
କୋର୍ଟ କହିଛନ୍ତି, ଆମେ ଦେଖିଛୁ କି, ଆମର ଆଦେଶ ସତ୍ତ୍ୱେ ଲୋକେ ବିଳମ୍ୱିତ ରାତିରେ ୧ଟା ଯାଏ ବାଣ ଫୁଟାଉ ଥିଲେ , କାର୍ଯ୍ୟାନ୍ୱୟନ ଏଜେନ୍ସିମାନେ ଆମର ଆଦେଶର କେବେ ବି ପାଳନ କରି ନଥିଲେ। ଏଚସି କହିଛନ୍ତି କି, ଏହା ଦେଖି ଦୁଃଖ ହେଲା କି ଅଧିକାରୀଙ୍କ ପକ୍ଷରୁ କୌଣସି ସକ୍ରିୟ ପଦକ୍ଷେପ ଉଠାଯାଇ ନାହି । ପୀଠ କହିଛନ୍ତି , ଯେବେ କୋର୍ଟ ଆଦେଶ ପାରିତ କରନ୍ତି ତ ସେତେବେଳେ କିଛି କରାଯାଏ । ଯେକେହି ପ୍ରଭାବିତ ହୋଇଥାଏ । ଅଧିକାରୀଙ୍କୁ ସ୍ପଷ୍ଟ ରୂପେ ଅଧିକ କଠୋର ପଦକ୍ଷେପ ଉଠାଇବାର ଆବଶ୍ୟକତା ରହିଛି। ପ୍ରଦୂଷଣର ସ୍ତର କେବେ କମ୍ ହେବ ? ଯେବେସୁଦ୍ଧା କିଛି କଠୋର ପଦକ୍ଷେପ ଉଠାଯାଇ ନଥାଏ , ସେପର୍ଯ୍ୟନ୍ତ ସ୍ଥିତି ନିୟନ୍ତ୍ରଣରେ ଆସିବ ନାହିଁ।