ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବ୍ୟବସାୟୀ ଜୟା ଶେଟ୍ଟୀଙ୍କ ହତ୍ୟାକାଣ୍ଡ ମାମଲା;ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌କୁ ମିଳିଲା ଜାମିନ

Published By : Anindita Ratha | October 23, 2024 2:53 PM

ନୂଆଦିଲ୍ଲୀ, ୨୩/୧୦ : ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌କୁ ମିଳିଲା ଆଶ୍ୱସ୍ତି। ୨୦୦୧ ହୋଟେଲ ବ୍ୟବସାୟୀ ଜୟା ଶେଟ୍ଟୀଙ୍କ ହତ୍ୟାକାଣ୍ଡ ମାମଲାରେ ବମ୍ବେ ହାଇକୋର୍ଟ ତାକୁ ଜାମିନ ପ୍ରଦାନ କରିଛନ୍ତି।ଏକ ଲକ୍ଷ ଟଙ୍କା ମୁଚଳିକାରେ ତାକୁ ଏହି ଜାମିନ ପ୍ରଦାନ କରାଯାଇଛି। ତେବେ ହୋଟେଲ ବ୍ୟବାସୟୀ ଜୟା ଶେଟ୍ଟୀ ହତ୍ୟା ମାମଲାରେ ଛୋଟା ରାଜନ ଦୋଷୀ ସାବ୍ୟସ୍ତ ହୋଇଥିଲା। 

ସୂଚନା ଅନୁଯାୟୀ, ଚଳିତ ବର୍ଷ ମେ' ୩୦ ତାରିଖରେ ଏକ ସ୍ୱତନ୍ତ୍ର ମୋକକା ଅଦାଲତ ଛୋଟା ରାଜନ ଓ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ କିଛି ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ତେବେ ବମ୍ବେ ହାଇକୋର୍ଟ ଆଜି ଏହି ଦଣ୍ଡରୁ ମୁକ୍ତ କରିବା ସହ ଛୋଟା ରାଜନକୁ ଜାମିନ ପ୍ରଦନା କରିଛନ୍ତି। ଏନେଇ ଜଷ୍ଟିସ ରେବତି ମୋଇତେ ଡେରେ ଓ ଜଷ୍ଟିସ ପୃଥ୍ୱୀରାଜ ଚୌହାନଙ୍କ ଖଣ୍ଡପୀଠ ତାଙ୍କୁ ଜମିନ ପ୍ରଦାନ କରିବା ସହ ବେଲ ବଣ୍ଡ ବାବଦକୁ ଏକ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଛୋଟା ରାଜନକୁ ଜାମିନ ମିଳିଥିଲେ ସୁଦ୍ଧା ଅନ୍ୟ ଅପରାଧିକ ମାମଲାରେ ସେ ଜେଲରେ ହିଁ ରହିବ। ଛୋଟା ରାଜାନ ବିରୋଧରେ ବଟି ଆଦାୟ ଓ ଏ ସମ୍ବନ୍ଧୀୟ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ତେଣୁ ହୋଟେଲ ମାଲିକଙ୍କୁ ହତ୍ୟା ମାମଲାରେ ତାଙ୍କ ତଥା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ MCOCA ଅଧୀନରେ ମଧ୍ୟ ମାମଲା ରୁଜୁ କରାଯାଇଥିଲା। ଏହି ହତ୍ୟା ମାମଲାରେ ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ଦୁଇଟି ପୃଥକ ପୃଥକ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ପ୍ରମାଣ ଅଭାବରୁ ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ପ୍ରକାଶ ଥାଉକି,  ୨୦୦୧ ମେ' ୪ ତାରିଖରେ ମୁମ୍ବାଇର ଗ୍ରାମଦେବୀରେ ଥିବା ଗୋଲ୍ଡେନ କ୍ରାଉନ ହୋଟେଲର ମାଲିକ ଜୟା ଶେଟ୍ଟୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଛୋଟା ରାଜନ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ ତାଙ୍କୁ ହତ୍ୟା କରିଥିଲେ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.