ମୁମ୍ୱାଇ –ବମ୍ୱେ ହାଇକୋର୍ଟ ଗୁରୁବାର ଫିଲ୍ମ ‘ମ୍ୟାଚ୍ ଫିକ୍ସିଂ-ଦ ନେସନ ଆଟ୍ ଷ୍ଟେକ୍ ’ର ରିଲିଜ୍ ଉପରେ ରୋକ୍ ଲଗେଇବାକୁ ମନା କରିବା ସହ ଆବେଦନକୁ ଖାରଜ କରି ଦେଇଛନ୍ତି। ଏହି ଫିଲ୍ମ ମାଲେଗାଁ ୨୦୦୮ ବୋମା ବିସ୍ଫୋରଣ ମାମଲା ଉପରେ ଆଧାରିତ , କିନ୍ତୁ କୋର୍ଟ ଏହାକୁ ଏକ କାଳ୍ପନିକ କାହାଣୀ ମନେକରି ,ଫିଲ୍ମ ନିର୍ମାତାଙ୍କୁ ଏକ ସ୍ପଷ୍ଟ ଡିସ୍କଲେମର ଲଗେଇବାର ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ଏହା ଉଲ୍ଲେଖ ହେବ କି ଏହା ଏକ କାଳ୍ପନିକ କାହାଣୀ।
ନ୍ୟାୟମୂର୍ତ୍ତି ବିପି କୋଲାବାୱାଲା ଓ ସୋମଶେଖର ସୁନ୍ଦରେସନଙ୍କର ଖଣ୍ଡପୀଠ ମାମଲାର ଅଭିଯୁକ୍ତ ଲେଫ୍ଟିନେଣ୍ଟ କର୍ନଲ ପ୍ରସାଦ ପୁରୋହିତଙ୍କ ଦ୍ୱାରା ଦାଏର ପିଟିସନକୁ ଖାରଜ କରି ଦେଇଛନ୍ତି। ପୁରୋହିତ ନିଜର ପିଟିସନରେ ଫିଲ୍ମରେ ରୋକ୍ ଲଗେଇବାର ଦାବି କରି ତର୍କ ଦେଇଛନ୍ତି ଯେ ,ଫିଲ୍ମ ତାଙ୍କର ଛବିକୁ ପ୍ରଭାବିତ କରିପାରେ ଏବଂ ମାମଲା ଉପରେ ପ୍ରଭାବ ପକାଇ ପାରେ।
କୋର୍ଟରେ ପୁରୋହିତଙ୍କ ପକ୍ଷରୁ ଉପସ୍ଥିତ ଓକିଲ ହରିଶ ପାଣ୍ଡ୍ୟା ଓ ଧୃତିମାନ ଯୋଶୀ ଦାବି କରିଛନ୍ତି କି ଫିଲ୍ମ ଜଣେ ସେନା ଅଧିକାରୀ ଭାବେ ତାଙ୍କର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇ ପାରେ। ସେ ଫିଲ୍ମର ଟ୍ରେଲର ଉଲ୍ଲେଖ କରିଛନ୍ତି , ଯେଉଁଥିରେ ସତ୍ୟ ପ୍ରକାଶ ପାଇବବୋଲି କୁହାଯାଇଛି।
ଫିଲ୍ମର ନିର୍ମାତାଙ୍କ ପକ୍ଷରୁ ଓକିଲ ଆଦିତ୍ୟ ଆୟାର , ଅଦ୍ୱୈତ ହେଲେକର ଓ ଜୟେଶ ଭୋସଲେ ଅଦାଲତକୁ କହିଛନ୍ତି ଯେ, ଏହି ଫିଲ୍ମ ଏକ ଫିକ୍ସନ ରଚନା, ଯାହା ଏକ ପୁସ୍ତକ ଉପରେ ଆଧାରିତ ଏବଂ ଏହି ପୁସ୍ତକ ପୂର୍ବରୁ ହିଁ ବଜାରରେ ଉପଲବ୍ଧ।
ସେ ଏହା ମଧ୍ୟ କହିଛନ୍ତି କି ଫିଲ୍ମର ଆରମ୍ଭରେ ଏକ ଡିସ୍କଲେମର ଲଗାଇବାକୁ ଦାବି କରାଯାଇଛି , ଯେଉଁଥିରେ ସ୍ପଷ୍ଟ ରୂପେ କୁହାଯିବ କି ଏହି କାହାଣୀ କାଳ୍ପନିକ ଏବଂ ଏହାର କୌଣସି ବି ଜୀବିତ ବା ମୃତ ବ୍ୟକ୍ତି ସହ କୌଣସି ସମ୍ୱନ୍ଧ ନାହିଁ।
ଏହାପରେ ପୀଠ ଡିସ୍କଲେମରକୁ ଦେଖିବା ପାଇଁ କହିଛନ୍ତି ଏବଂ କିଛି ମାମୁଲି ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି, ଏହାକି ଏହାକୁ ଦୀର୍ଘ ଦିନ ଯାଏ ପ୍ରଦର୍ଶିତ କରାଯାଇ ପାରିବ। ନିର୍ମାତାମାନେ ଏହାକୁ ସ୍ୱୀକାର କରିଛନ୍ତି ଏବଂ ଏମିତି କି ଏକ ଅଡ଼ିଓ ଡିସ୍କେଲେମର ଯୋଡି଼ବାର ପ୍ରସ୍ତାବ ରଖିଛନ୍ତି, ଯାହାକି ଏହା ମ୍ୟୁଚୁଆଲ ଫଣ୍ଡ ଡିସ୍କଲେମର ପରି ନଲାଗୁ।