ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ରାଜନୈତିକ ଶତ୍ରୁତାକୁ ନେଇ ଦୋକାନ ଉପରକୁ ବୋମା ମାଡ଼

Published By : Rasmita Pradhan | October 19, 2024 8:10 AM

ଖଲ୍ଲିକୋଟ, ୧୯/୧୦ : ରାଜନୈତିକ ଶତ୍ରୁତାକୁ ନେଇ ବୋମା ମାଡ଼। ଶୁକ୍ରବାର ରାତିରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ବଜାରରେ ଥିବା ଏକ ମାର୍ବଲ ଦୋକାନ ଉପରେ ବୋମା ମାଡ଼ ହୋଇଛି। ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ସମେତ ଛତ୍ରପୁର ଏଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାନୁଯାୟୀ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା କାରଣରୁ ଦିଲୀପ ପାହାନଙ୍କ ମୃତ୍ୟୁ ହୋଇଥିଲା। କେଶପୁର ବଜାରରେ ବୋମା ମାଡ଼ ହୋଇଥିବା ମାର୍ବଲ ଦୋକାନଟି ଦିଲୀପ ପାହାନଙ୍କର। ଦିଲୀପଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସାବିତ୍ରୀ ଦୋକାନ ଚଳାଇ ଆସୁଛନ୍ତି। ଶୁକ୍ରବାର ରାତି ସାଢେ ୮ଟାରେ ସାବିତ୍ରୀ ଦୋକାନ ବନ୍ଦ କରି ଗଲାପରେ କିଛି ଦୁର୍ବୃତ୍ତ ଦୋକାନ ଉପରକୁ ୩ଟି ବୋମା ଫିଙ୍ଗିଥିଲେ। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ। ମୃତ ଦିଲ୍ଲୀପଙ୍କ ମକଦ୍ଦମାରେ ସମ୍ପୃକ୍ତ ଥିବା ସାକ୍ଷୀମାନଙ୍କୁ ଡରାଇବା ପାଇଁ ଏହି ବୋମା ମାଡ଼ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ସମେତ ଛତ୍ରପୁର ଏଡିପିଓ ଗୌରହରି ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.