ଜେରୁଜେଲମ,୧୭/୧୧: ନେତନ୍ୟାହୁଙ୍କୁ ହତ୍ୟା ଉଦ୍ୟମ । ପୁଣି ଇସ୍ରାଇଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ବାସଭବନକୁ ବୋମାମାଡ ହୋଇଛି । ନେତନ୍ୟାହୁଙ୍କ କାଇସେରିଆସ୍ଥିତ ବାସଭବନକୁ ଦୁଇଟି ବୋମା ଫିଙ୍ଗା ଯାଇଥିବା ଖବର ମିଳିଛି । ତାଙ୍କ ଘର ବଗିଚାରେ ବୋମା ଫୁଟିଥିବା ଜଣାପଡିଛି । ଏହି ସମୟରେ ଉକ୍ତ ସ୍ଥାନରେ କେହି ଉପସ୍ଥିତ ନଥିଲେ । ଘଟଣାକୁ ନେଇ ଇସ୍ରାଇଲ ରକ୍ଷାମନ୍ତ୍ରୀ କହିଛନ୍ତି ଶତ୍ରୁ ସବୁ ସୀମା ଟପିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଉତ୍ତର ଇସ୍ରାଇଲ ସହର କାଇସେରିଆସ୍ଥିତ ନେତନ୍ୟାହୁଙ୍କ ବାସଭବନକୁ ଦୁଇଟି ବୋମାମାଡ ହୋଇଥିଲା । ବୋମା ନେତନ୍ୟାହୁଙ୍କ ଘର ବଗିଚାରେ ଫୁଟିଥିଲା । ଏହି ସମୟରେ ସେଠାରେ କେହି ଉପସ୍ଥିତ ନଥିଲେ ତେଣୁ କୌଣସି ଅଘଟଣ ହୋଇନାହିଁ ।
ଘଟଣାକୁ ନେଇ ଇସ୍ରାଇଲ ରକ୍ଷାମନ୍ତ୍ରୀ କହିଛନ୍ତି ଶତ୍ରୁ ସବୁ ସୀମା ଟପିଛନ୍ତି । ଘଟଣାର ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି ରକ୍ଷାମନ୍ତ୍ରୀ । ଏହା ସହିତ ସୋସିଆଲ ମିଡିଆ ଏକ୍ସରେ ଘଟଣାକୁ ନିନ୍ଦା କରିଛନ୍ତି ଇସ୍ରାଇଲ ରାଷ୍ଟ୍ରପତି ଇସହାକ ହର୍ଜୋଗ । ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି ଇସ୍ରାଇଲ ରାଷ୍ଟ୍ରପତି ।
ପୂର୍ବରୁ ମଧ୍ୟ ବେଜାମିନ ନେତାନ୍ୟାହୁଙ୍କ ବାସଭବନକୁ ବୋମାମାଡ ହୋଇଥିଲା । ଅକ୍ଟୋବରେ ତାଙ୍କ ବାସଭବନ ଉପରେ ଏକ ଡ୍ରୋନ ଉଡୁଥିଲା । ଇସ୍ରାଇଲ ସେନା ୨୦୨୩ ଅକ୍ଟୋବରରୁ ଲେବାନନ ଆତଙ୍କୀ ସଂଗଠନ ହିଜ୍ଜାବୁଲା ସହିତ ଲଢେଇ କରୁଛି । ଶନିବାର ନେତାନ୍ୟାହୁଙ୍କ ବାସଭବନକୁ ହୋଇଥିବା ବୋମାମାଡକୁ ନେଇ ଏଯାବତ୍ କେହି ନିଜକୁ ଦାୟୀ କରିନାହାନ୍ତି ।